ସଦର ବିଜେପି ପକ୍ଷରୁ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରଥ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରଥ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ମହାପରିନର୍ବାଣ ଦିବସ ଉପଲକ୍ଷେ ସମସ୍ତେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିକଶିତ ଭାରତ ସଂକଳ୍ପ ଯାତ୍ରାର ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି । ସରକାରୀ ଯୋଜନା ଗୁଡିକର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଏବଂ ସମଗ୍ର ଦେଶରେ ନାଗରିକଙ୍କ ପାଖରେ ଏହାର ପହଞ୍ଚାଇବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ବିକଶିତ ଭାରତର ୪ଟି ଅମୃତ ସ୍ତମ୍ଭ ହେଉଛି ଭାରତର ନାରୀଶକ୍ତି, ଯୁବଶକ୍ତି, କୃଷକ ଓ ଭାରତର ଗରିବ ପରିବାର ବୋଲି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି । ପ୍ରତିଦିନ ଏହି ରଥ ସଦର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ବିଗତ ୧୦ ବର୍ଷରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବ, ମହିଳା, ଯୁବ ଏବଂ କୃଷକଙ୍କର ସାମାଜିକ ଓ ଆର୍ଥୀକ ବିକାଶ ସମ୍ବନ୍ଧରେ ଦର୍ଶାଉଛି । ତତ୍ ସହିତ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏହି ଗାଡି ମୋଦୀ ସରକାରଙ୍କ ଯୋଜନା ସହ ଯୋଡି ହେବାର ସୁଯୋଗ ଦେବ । ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ବଞ୍ଚିତ ଯୋଗ୍ୟ ହିତାଧିକାରୀ ସେହି ସ୍ଥାନରେ ପଞ୍ଜିକରଣ ମଧ୍ୟ କରିପାରିବେ । ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ସରକାରୀ ପଦକ୍ଷେପରୁ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ଦତ୍ତ କହିଛନ୍ତି । ଆଗାମୀ ଦିନରେ ଏହି ଅଭିଯାନ କିପରି ଆହୁରି ଅଧିକ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉପସ୍ଥିତ ନେତୃମଣ୍ଡଳୀ ନିଜର ମତାମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ଗୌରାଙ୍ଗ ଦାସ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୀତାକାନ୍ତ ସ୍ୱାଇଁ, ମଣ୍ଡଳ ସଭାପତି ତପନ ଗିରି, ଅନିଲ ପାତ୍ର, ବିଜୟ ଦାସ ଓ କାର୍ତ୍ତିକ ରାଉତ, ଉପେନ୍ଦ୍ର ଶତପଥୀ, ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, ସରପଞ୍ଚ ରବିନାରାୟଣ ପ୍ରଧାନ, ବନିତା ଭୁୟାଁ, ଆରତୀ ଦାସ, ସମତିସଭ୍ୟା ରବିନ୍ଦ୍ର ଜେନା, ହାରାମଣୀ ବେହେରା, ସୁଶାନ୍ତ ମହାପାତ୍ର, ପିତାମ୍ବର ଭୂୟାଁ, ଲକ୍ଷ୍ମୀଧର ମନ୍ତ୍ରୀ, କାର୍ତ୍ତିକ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା, ଅରବିନ୍ଦ ଜେନା, ପ୍ରହଲ୍ଲାଦ ବେହେରା, ବିମଳ ସାହୁ, କାହ୍ନୁ ପ୍ରଧାନ, ଅଶୋକ ଦାସ, ବିରେନ୍ଦ୍ର ସେନାପତି, ଉମାକାନ୍ତ ପ୍ରଧାନ, ସୃଷ୍ଟିଧର ସେନାପତି, ଶ୍ରୀଧର ବେହେରା, ଚର୍ତୁଭୁଜ ବେହେରା, ନିରଞ୍ଜନ ଜେନା, ମଞ୍ଜୁଶ୍ରୀ ଗାୟନ, ମାମୁନୀ ହାତୀ, ମମତା ପ୍ରଧାନ, ବୁଲବୁଲି କାଣ୍ଡାର, ଅମର ପାଲ, ସୁଶାନ୍ତ ସାହୁ, ରାଧାକୃଷ୍ଣ ମାଝୀ, ଅସିମ ମହାନ୍ତି, ଅମଲ ପ୍ରଧାନ, ସରୋଜ ପରିଡା, ସୁବାଷ ବେହେରା ସହିତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।