ସଦର ବିଜେପି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନସଂଘର ପ୍ରତିଷ୍ଠାତା, ମହାନ ଶିକ୍ଷାବିତ ତଥା ପ୍ରଖର ରାଷ୍ଟ୍ରବାଦୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ବିଜେପି ବାଲେଶ୍ୱର ସଦର ଶାଖା ପକ୍ଷରୁ ସହରର ଗୋପାଳଗାଁ ସ୍ଥିତ ଆଦିବାସୀ ସାହିର ୧୨୯ ନଂ ବୁଥରେ ପାଳିତ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା ସଦର ନେତା ମାନସ କୁମାର ଦତ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାଶ, ପ୍ରବୀର ଶଙ୍କର ଦାଶ, ସସ୍ମିତା ଦାଶ, ବିବେକାନନ୍ଦ ରାଉତ, ପ୍ରମୋଦ ଦାଶ, ଅନାଦି ସାହୁ, ରଞ୍ଜନ କୁମାର ଦାସ ପ୍ରମୁଖ ଏଥିରେ ଯୋଗଦେଇ ଡ. ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କ ତ୍ୟାଗ ଓ ସମର୍ପଣ ଭାବର ସ୍ମୃତିଚାରଣ କରିଥିଲେ । ସ୍ୱାଧୀନତା ପରଠାରୁ ଭାରତୀୟ ଜାତୀୟତାଭାବର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ ରାଜନୈତିକ ବିକଳ୍ପର ବୀଜ ସ୍ଥାପନ କରିବାରେ ଯାହାଙ୍କ ନାମ ସର୍ବାଗ୍ରେ ଆସେ ସେ ହେଉଛନ୍ତି ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ । ପ୍ରତ୍ୟେକ ଭାରତୀୟଙ୍କୁ ଜୀବନର ଉପଯୁକ୍ତ ଓ ସ୍ଥାୟୀ ପଥ ପଦର୍ଶନ କରିବା ଦିଗରେ ‘ଭାରତ, ଭାରତୀୟ ଓ ଭାରତୀୟତା’ର ରାଜନୈତିକ ଓ ସାମାଜିକ ଆଦର୍ଶ ଗଢି ତୋଳିବାରେ ସେ ଜଣେ ପ୍ରମୁଖ ବିନ୍ଧାଣୀ ଥିଲେ ବୋଲି ଉପସ୍ଥିତ କାର୍ଯ୍ୟକର୍ତାମାନେ ମତପ୍ରକାଶ କରିଥିଲେ । ସ୍ୱର୍ଗତଃ ମୁଖାର୍ଜୀ ଜାମ୍ମୁ ଓ କାଶ୍ମୀରର ବାସ୍ତବ ସମସ୍ୟା ଭଲ ଭାବେ ହୃଦୟଙ୍ଗମ କରିବା ସହ ତାହାର ସମାଧାନ ଦିଗରେ ଦୃଢ ସ୍ୱର ଉତୋଳନ କରିଥିଲେ । ଭାରତରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ, ତାଙ୍କର ଉକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ପିତ ଭାବ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦକ୍ଷ ରଣନୀତି ଯୋଗୁଁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାଧ୍ୟମରେ ସତ୍ୟ ପ୍ରମାଣିତ କରାଯାଇଛି । ପତ୍ୟେକ ଭାରତୀୟଙ୍କୁ ଜୀବନର ଉପଯୁକ୍ତ ଓ ସ୍ଥାୟୀ ପଥ ପଦର୍ଶନ ସହ ‘ଭାରତ, ଭାରତୀୟ ଓ ଭାରତୀୟତା’ର ରାଜନୈତିକ ଏବଂ ସାମାଜିକ ଆଦର୍ଶ ଗଢି ତୋଳିବାରେ ସ୍ୱର୍ଗତଃ ମୁଖାର୍ଜୀ ଜଣେ ପ୍ରମୁଖ ବିନ୍ଧାଣୀ ଥିଲେ ବୋଲି ଶ୍ରୀ ଦତ ଏହି ଅବସରରେ ମତପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ