ବିଧାୟକଙ୍କ ଚେଷ୍ଟାରେ ପୁନଃ କାର୍ଯ୍ୟକ୍ଷମ ହେଲା ୱେର ହାଉସ୍

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍) ଦୀର୍ଘ ୪ମାସ ଧରି ବନ୍ଦ ହୋଇ ପଡିଥିବା ଓଡିଶା ସେଷ୍ଟ ୱେର ହାଉସିଂ କରପୋରେସନ୍ର ଅଙ୍ଗାର ଗଡିଆ ସ୍ଥିତ ବାଲେଶ୍ୱର ଜିଲ୍ଲାର ସର୍ବ ପୁରାତନ ୱେର ହାଉସ୍ ଆଜି ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରଚେଷ୍ଟା କ୍ରମେ ପ୍ରସାଶନ ପକ୍ଷରୁ ମରାମତି ହୋଇ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏହି ପରିପ୍ରେକ୍ଷିରେ ଜିଲ୍ଲା ଯୋଗାଣ ଅଧିକାରୀ ରବିନାରାୟଣ ପୃଷ୍ଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଚାଉଳ ସଞ୍ଚୟ ପାଇଁ ଏହି ଗୋଦାମ ବେସ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି ୱେର ହାଉସିଂ କରପୋରେସନ୍ର ଜୋନାଲ ମେନେଜର ଲକ୍ଷ୍ମଣ କୁମାର ମାରାଣ୍ଡି ସୁପରିଟେଣ୍ଟ ସୁର୍ଦସନ ଖଟୁଆ ପ୍ରମୁଖ ଯୋଗଦାନ କରି ମରାମତି ଅଭାବରୁ ବର୍ଷାଜଳ ପସି ଅନକେ ଚାଉଳ ନଷ୍ଟ ହୋଇଯାଉଥିବା ବେଳେ ସଦର ବିଧାୟକ ଶ୍ରୀ ଦତ୍ତଙ୍କୁ ଏ ବିଷୟରେ ଜଣାଇଲା ପରେ ଜିଲ୍ଲା ପ୍ରସାଶନକୁ କହି ଖୁବ୍ କମ ଦିନରେ ଏହାର ମରାମତି କାର୍ଯ୍ୟ ସମାପ୍ତ କରିବା ପାଇଁ ବିଧାୟକ ଉଦ୍ୟମ କରିଥିବାରୁ ଆଜି ଶ୍ରୀ ଦତ୍ତଙ୍କୁ ଭୂଅସି ପ୍ରସଂଶା କରିଥିଲେ । ଉକ୍ତ ପଣ୍ୟାଗାର କାର୍ଯ୍ୟକ୍ଷମ ହେବା ଦ୍ୱାରା ୪୦ରୁ ଉର୍ଦ୍ଧ ଶ୍ରମିକଙ୍କୁ ପୁନଃ ତାଙ୍କର ଜୀବିକା ମିଳି ପାରିଛି । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସର୍ଦ୍ଦାର ଦୀପକ ରନ ଦାସ, ବିଜେପି ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ପୂର୍ବତନ କାଉନସିଲର ଚିତ୍ତରନ ପଣ୍ଡା, ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଗୈାରାଙ୍ଗ ଦାସ, ଲୋକନାଥ ଭୂୟାଁ, ନଗର ମିଡିଆ ସଂଯୋଜକ ଅରୂପ ଜେନା, ଗୋଲକ ବିହାରୀ ଦାସ, ହୃଷିକେଶ ପାତ୍ର, ସୈାମ୍ୟ ରନ ଦାଶ, ନଗର ଯୁବ ମୋର୍ଚ୍ଚା ସଭାପତି ଧିରଜ ମହାନ୍ତି, ଜ୍ୟୋତି ପ୍ରକାଶ ପ୍ରାଣିଗ୍ରାହୀ, ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ