ସଦର ବ୍ଲକରେ ତମାଖୁ ସେବନ ନିୟନ୍ତ୍ରଣ ତାଲିମ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ନିଜ ଅଞ୍ଚଳରେ ତମାଖୁ କାରବାର ବନ୍ଦ ତଥା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସରପଞ୍ଚମାନଙ୍କୁ ନେଇ ତମ୍ବାଖୁ ନିୟନ୍ତ୍ରଣ ତାଲିମ ଶିବିର ସଦର ବ୍ଲକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ର ଅଧ୍ୟକ୍ଷା ସୁନୀତା ବେହେରା ଏହି ଶିବିରକୁ ଉଦଘାଟନ ସହ ତମାଖୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲା ମୁଖ୍ୟ ଚକିତ୍ସାଲୟର ଡାକ୍ତର ଅରୂପ ଅଭିଷେକ ଓ ଡାକ୍ତର ମୌସୁମୀ ସାମଲ ଏଥିରେ ଯୋଗଦେଇ ତମାଖୁ ସେବନ ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ପଞ୍ଚାୟତ ସ୍ତରରେ ଏହାକୁ ନିୟନ୍ତ୍ରଣ କରିବାଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରତିନିଧି ସତ୍ୟ ସୁନ୍ଦର ଗୋସ୍ୱାମୀ ଓ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ତାଲିମ ଶିବିରରେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏଥିରେ ଯୋଗଦେଇ ତମାଖୁ କାରବାର ଓ ସେବନ ହ୍ରାସ ନେଇ ମତାମତ ରଖିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ତମାଖୁ ସେବନ ଦ୍ୱାରା ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୮୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ପ୍ରତିଦିନ ୫,୫୦୦ ଲୋକ ନୂତନ ଭାବେ ତମାଖୁ ସେବନ ଆରମ୍ଭ କରୁଥିବା ବେଳେ ଏହାକୁ ରୋକିବା ନେଇ ସବୁ ମହଲରୁ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ ଏହି ଶିବିରରେ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ