ସଦର ବ୍ଲକ ସମ୍ମିଳନୀ କକ୍ଷରେ ସୁନାମି ବିପର୍ଯ୍ୟୟ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ।

ବାଲେଶ୍ଵର, (ସରୋଜ ପଣ୍ଡା) : ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ପକ୍ଷରୁ ଆଜି ପୂର୍ବାହ୍ନରେ ସଦର ବ୍ଲକ୍ ସମ୍ମିଳନୀ କକ୍ଷରେ ସୁନାମୀ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ଲକ ସ୍ତରୀୟ ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଏ ବି ଡି ଓ ଅଶୋକ କୁମାର ଦାଶ,ସଦର ତହସିଲଦାର ଆଶିଷ କୁମାର ମହାପାତ୍ର,ସ୍ୱେଚ୍ଛା ସେବୀ ଅନୁଷ୍ଠାନ ସମ୍ପର୍କ ର ସଭାପତି ପ୍ରଦୀପ ଚନ୍ଦ୍ର ଜେନା, ଆସିଷ୍ଟାଣ୍ଟ ଫିସରି ଅଫିସର ଅସ୍ମିତା ପାଣ୍ଡେ ଙ୍କ ସମେତ ସମସ୍ତ ଲାଇନ୍ ଡିପାଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଶିବିରରେ ବିପର୍ଯ୍ୟୟ ପ୍ରଶମନ ସଂପର୍କରେ ତାଲିମ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ