ସଦର ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର, (ସରୋଜ ପଣ୍ଡା):ବୁଧବାର ବାଲେଶ୍ଵର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସିଡିପିଓ ସାଗରିକା ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଡ଼ିଓ ସମରଜିତ କର, ସଦର ବିଇଓ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏଥିରେ ଶିଶୁ ମାନଙ୍କର ସୁରକ୍ଷା,କିଶୋରୀ ସଶକ୍ତି କରଣ,ବାଲ୍ୟ ବିବାହ କୁ ସମାପ୍ତ କରିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସୁପର ଭାଇଜର ଶ୍ରଦ୍ଧାଞ୍ଜଳି ସେଠୀ,ସତ୍ୟଭାମା ସ୍ବାଇଁ,କିରଣ ବାଳା ପାଲ,ପ୍ରିୟଦର୍ଶିନୀ ଆଚାର୍ଯ୍ୟ,ଦେବସ୍ମିତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ