ସନରାଇଜ ସ୍ପୋର୍ଟସ କ୍ଲବ ପକ୍ଷରୁ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଂଟ ଉଦଘାଟିତ
ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ କ୍ଲବ ପକ୍ଷରୁ ‘’କୁନା ଭାଇ’’ ମେମୋରିଆଲ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନରାଇଜ ସ୍ପୋର୍ଟସ କ୍ଲବର ଉପଦେଷ୍ଟା ତାରକେଶ୍ୱର ପଣ୍ଡା, ଅମୀୟ କୁମାର ଧଳ, ପୂର୍ଣ୍ଣଚନ୍ଦ୍ର ବେହେରା, ୟୁଥମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ସିଏଚ.ଜନାର୍ଦ୍ଦନ ରେଡ୍ଡି , ଟାଟା ଷ୍ଟିଲର (ଟିଏସଆରଡିଏସ) କାର୍ଯ୍ୟନିର୍ବାହୀ ଅଧିକାରୀ ଇଶ୍ୱର କୁମାର ପରିଡାଜିଲ୍ଲା , କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଯୁବନେତା ସଂଜିତ୍ ରାଉଳ, ନବୀନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ଉଦଘାଟନୀ ମ୍ୟାଚରେ ରୟାଲ ସିକ୍ସ ଭର୍ସେସ ଟିକାବାଲି ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ରୟାଲ ସିକ୍ସ ବିଜୟୀ ହୋଇଥିଲେ । ଅପରାହ୍ନରେ ହରିଡାଖଣ୍ଡି ସିକ୍ସ ସହ ଗୋଳାବନ୍ଧ ସିକ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଗୋଳାବନ୍ଧ ସିକ୍ସ ବିଜୟୀ ହୋଇଛନ୍ତି । ଆଜିର ସମସ୍ତ ମ୍ୟାଚକୁ ରେଫରି ଭାବେ ନରେଶ ରାଓ, ଭାଷ୍ୟକାର ଭାବେ ଜୟରାମ ରେଡ୍ଡୀ, ଲାଇନମ୍ୟାନ ଭାବେ ରାଜେଶ ଓ ରବି କାର୍ଯ୍ୟପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ.ଶ୍ରୀନିବାସ ରାଓ, ଉପସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ଏସ.ଲିଙ୍ଗରାଜ ରେଡ୍ଡି, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଆଇନ ପରାମର୍ଶ ଦାତା ରଂଜନ କୁମାର ମହାପାତ୍ର, ଅଡିଟର ତ୍ରିନାଥ ବେହେରା, ପରାମର୍ଶଦାତ ସୀମାଂଚଳ ସେଠୀ, କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠୀ, ମାୟାଧର ଦାସ, ଏଚ.ଗୋବିନ୍ଦ ନାୟକ, ଇ.ସୁଧାକର ଦୋରା, ପି.ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଆଜିଠୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିବେ ।