ସନାତନ ଧର୍ମ ଉପରେ ଅଶ୍ଳୀଳ ମନ୍ତବ୍ୟ ଉଦୟନିଧି ଷ୍ଟlଲିନ ଙ୍କ କୁଶପୁତ୍ତଳିକା ଦାହ
ମୋହନା, (ଅଂଶୁମାନ ପଣ୍ଡା):ତାମିଲନାଡୁ ମୂଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟlଲିନ ସନାତନ ଧର୍ମ ଉପରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି l ଏହାର ପ୍ରତିବାଦ ରେ ଗଜପତି ଜିଲ୍ଲା ମୋହନା ରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା କରିବା ସହ ବାଇକ୍ ଶୋଭାଯାତ୍ରା ଶିବ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରିଥିଲେ l ଏହାପରେ ମୋହନା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଦୟନିଧି ଷ୍ଟlଲିନ ଓ ଡି ରାଜା ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ଏହି ଅବସରରେ ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ମୋହନା ଥାନା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅଶୋକ ରଂଜିତ, ବଙ୍ଗାଳି ଯାନୀ, ତରଣୀ ସନ ଦାଶ, ପ୍ରତାପ ପାତ୍ର, ଓ ଯୁବ ଗୋଷ୍ଟି ଉପସ୍ଥିତ ଥିଲେ ସେଇ ପରି ଆର ଉଦୟଗିରି ଠାରେ ବଜରଙ୍ଗୀ ଦଳ ବିଶ୍ୱହିନ୍ଦୁ ପରିସ୍ୱଦ ପକ୍ଷରୁ ଶିବ ମନ୍ଦିର ଠାରୁ ଚାଲି ଚାଲି ଥାନା ରେ ପହଞ୍ଚି କୁଶପୁତ୍ତଳିକା ଦାହ କରି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ କୁ ସଂଘ କାର୍ଯ୍ୟକତ୍ର ପରିଚାଳନା କରିଥିବା ବେଳେ ରାମଗିରି ଗାନ୍ଧୀ ଛକ ଠାରେ ତାମିଲନାଡୁ ରାଜ୍ୟ କ୍ରୀଡା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ କୁଶ ପୁତ୍ତଳି ଦାହ କରାଯାଇ ହିନ୍ଦୁ ସଂଗଠନ ପକ୍ଷରୁ ତାଙ୍କୁ ଗିରଫ କରିବା ପାଇଁ ରାମଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ଘଟଣା ମୁତାବକ ଗତ ୨.୯.୨୦୨୩ ତାରିଖ ଦିନ କ୍ରୀଡା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ତାମିଲନାଡୁ ରାଜ୍ୟରେ ଏକ ହିନ୍ଦୁ ବିରୋଧୀ ସଭାର ଆୟୋଜନ କରିଥିଲେ l ଉକ୍ତ ସଭାରେ କ୍ରୀଡା ବିକାଶ ମନ୍ତ୍ରୀ ସନାତନ ହିନ୍ଦୁ ସମାଜ ଉପରେ କଟୁ ମନ୍ତବ୍ୟ ଦେଇ ହିନ୍ଦୁ ସମାଜକୁ ଅପମାନିତ କରିବା ସହିତ ମଶା, ମାଛି , କୀଟ, ଡେଙ୍ଗୁ, ମ୍ୟାଲେରିଆ ଏବଂ କରୋନା ଭାଇରସ ସଦୃଶ ତୁଛ ଭାବି ସନାତନ ହିନ୍ଦୁ ଧର୍ମକୁ ବିରୋଧ କରି ହିନ୍ଦୁ ସମାଜକୁ ମୂଳ ଉତ୍ପାଟନ କରିଦେବା ଏବଂ ହିନ୍ଦୁ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା ଭଳି ଧମକ ଦେଇଥିଲେ l ଏହି ମନ୍ତବ୍ୟ ହିନ୍ଦୁ ମାନଙ୍କୁ କଠୋର ଆଘାତ ଦେଇଛି l ଏହାର ପ୍ରତିବାଦରେ ଆଜି ରାମଗିରି ସ୍ଥିତ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଜିଲ୍ଲା କାର୍ଯ୍ୟବାହ ଅମୁଲ୍ୟ କୁମାର ପାତ୍ର , ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଜାନି , ରା. ଉଦୟଗିରି ଖଣ୍ଡ ଶାରୀରିକ ପ୍ରମୁଖ ବିଶ୍ୱନାଥ ନାୟକ ଏବଂ ହିନ୍ଦୁ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ମାନେ ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରାରେ ଷ୍ଟାଲିନଙ୍କ କୁଶ ପୁତ୍ତଳା ଧରି ବିଭିନ୍ନ ନାରା ଦେଇ ନଗର ପରିକ୍ରମା କରିଥିଲେ ଏବଂ ଗାନ୍ଧୀ ଛକ ଠାରେ ଷ୍ଟାଲିନଙ୍କ କୁଶ ପୁତ୍ତଳି ଦାହ କରିବା ପରେ ରାମଗିରି ଥାନା ଅଧିକାରୀ ଲୋକନାଥ ବେହେରାଙ୍କୁ ଷ୍ଟାଲିନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦେବା ପାଇଁ ହିନ୍ଦୁ ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା l