ସନାତନ ଧର୍ମ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ସନାତନୀକୁ ବିରୋଧ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା ରକ୍ସୀ ସିନେମା ହଲ ରେ ନ ଚାଲିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାାଇଥିଲା। ତାହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ର କାର୍ଯ୍ୟ କର୍ତ୍ତା ମାନେ ଆଜି ଉପଜିଲ୍ଲା ପାଲ ବିଭୁତି ଭୂଷଣ ନାୟକ ଙ୍କୁ ଦେଖା କରି ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ଦେବା ସହିତ ବାରିପଦା ରକ୍ସି ସିନେମା ହଲ ରେ ଯେଉଦିନ ଚଳଚ୍ଚିତ୍ର ର ରିଲିଜ୍ ହେବାକୁ ଯାଉଅଛି ସେହିଦିନ ହିଁ ଚଳଚିତ୍ର ଚାଲିବା ପାଇଁ ଦାବି କରିଥିଲେ। କାରଣ ହିନ୍ଦୁ ସନାତନୀ ଧର୍ମ ଉପରେ ଚଳଚ୍ଚିତ୍ର ଯଦି ଚଲାଯାଇ ପାରିବ ନାହିଁ ତେବେ ଏଭଳି ସିନେମା ହଲ୍ ନ ଚାଲିବା ଭଲ । ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ବହୁତ କାର୍ଯ୍ୟ କର୍ତ୍ତା ଏକଜୁଟ ହେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର କରିବା ସହ ସିନେମା ରିଲିଜ ହେବା ଦିନ ହିଁ ବାରିପଦା ହଲ ରେ ଚଲେଇବା ପାଇଁ ହଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର କରିଥିଲେ। ଦାବିପତ୍ର ଦେବା ସମୟରେ ସନୁ ରଣା, ବିଶ୍ଵକର୍ମା ଡାକୁଆ, ଦୀପକ ପାଣଗ୍ରାହୀ, ଶୁଭେନ୍ଦୁ ବେହେରା, ଶୁଭମ୍, ନନୀ ଗୋପାଳ ଦାସ ଇତ୍ୟାଦି।