ସନ୍ତୋଷଜନକ ନୁହେଁ କୃଷକ ସାଥିଙ୍କ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ରାଜ୍ୟ ସରକାରଙ୍କ କୃଷିଭିତ୍ତିକ କାଳିଆ ଯୋଜନାର ଅପୂର୍ବ ସଫଳତା ପରେ ବଳିଆ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ ଯୋଜନାରେ ବୃହତ୍ତ, ମଧ୍ୟମ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ପ୍ରୋତ୍ସାହନ ରାଶି ଯୋଗାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ବଳିଆ ଯୋଜନା ପାଇଁ ନାମମାତ୍ର ଓ ଭାଗଚାଷୀକୁ ପ୍ରୋତ୍ସାହିତ କରାଯାଇଥିଲା । ବିଶେଷକରି ଚାଷୀମାନେ ଏକ ୫ଜଣିଆ ଗ୍ରୁପ ଗଠନ କରି ବ୍ୟାଙ୍କ ମାନଙ୍କରୁ ବିନା ସୁଧରେ ଋଣ ନେଇ ପାରିବେ ବୋଲି ସରକାର ଘୋଷଣା କରିଥିଲେ । ହେଲେ ଯୋଜନାର ପରିଚାଳନା ଠିକଭାବରେ ନହେବାରୁ ବଳିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବଳିଆ ଯୋଜନାର ସଫଳ ରୂପାୟନ ନେଇ ୩୮ଜଣ କୃଷକ ସାଥିଙ୍କୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । କୃଷି ବିଭାଗରେ ବାର୍ଷିକ ପ୍ରୋତ୍ସାହନ ବାବଦୀୟ ଅନୁଦାନ ନେଇ ନିଯୁକ୍ତ ହୋଇଥିବା କୃଷକସାଥି ମାନେ ପୂର୍ବରୁ ମାଟି ନମୁନା ସଂଗ୍ରହ, କାଳିଆ ଯୋଜନା ପାଇଁ ଫର୍ମ ସଂଗ୍ରହ ଓ ବିଭିନ୍ନ କିସମର ବିହନ ସଂଗ୍ରହ କରି ବିଭାଗକୁ ପ୍ରଦାନ କରୁଥିଲେ । ବଳିଆ ଯୋଜନା ଆସିବା ପରେ ଭାଗଚାଷୀ କମିଟି ଗଠନ ସହିତ ସେମାନଙ୍କ କାଗଜପତ୍ର ଯୋଗାଡ ପାଇଁ କୃଷକସାଥିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରିତାପର ବିଷୟ ଯୋଜନାକୁ ଅନେକ ମାସ ବିତିଯାଇଥିଲେ ସୁଦ୍ଧା କାଁଭାଁ କେତୋଟି ଭାଗଚାଷୀ କମିଟିକୁ ଛାଡିଦେଲେ ଅନେକ ଜାଗାରେ ଏଯାଏଁ କମିଟି ଗଠନ ହୋଇପାରିନାହିଁ । କୃଷକ ସାଥିଙ୍କ କାର୍ଯ୍ୟ ଏଦିଗରେ ସନ୍ତୋଷଜନକ ନଥିବା ଦେଖାଯାଉଛି । ଫଳରେ ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି କୃଷକ ସାଥି ମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ଯୋଜନା ପାଇଁ ଉଦ୍ଦିଷ୍ଟ ଭାଗଚାଷୀ କମିଟି ଗଠନ ହୋଇପାରୁନାହିଁ । ଏହା ଉପରେ କୃଷି ବିଭାଗ ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ