ସନ୍ଥକବି ଭୀମ ଭୋଇଙ୍କ ଉପରେ ଆପତ୍ତିଜନକ ଲେଖା, ଥାନାରେ ଏତଲା

ଛତ୍ରପୁର,(ଓ୍ବାଇଏନ୍ଏସ୍): ସନ୍ଥ କବି ଭୀମ ଭୋଇଙ୍କ ଉପରେ ଆପତ୍ତିଜନକଲେଖା ଲେଖିଥିବା କେଦାର ମିଶ୍ରଙ୍କ ବିରୋଧରେ ଛତ୍ରପୁର ଥାନାରେ ଏତଲାଦେଇଛନ୍ତି ବିଜେପି ଅନୁସୂଚିତ ଜାତି ଗଞ୍ଜାମ ସଭାପତି ଭୀମସେନ ବେହେରା । ଭାରତୀୟ ଦଣ୍ଡଵିଧି ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି ଜଣାଇଛନ୍ତି l ସନ୍ଥକବି ଭୀମଭୋଇ ହେଉଛନ୍ତି ସମଗ୍ରଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ । ସେ ମହିମା ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ। ତାଙ୍କ ବିରୋଧରେ ଜଣେ ଲେଖକ ଆପତ୍ତିଜନକ ଲେଖା ଲେଖିବା ଫଳରେ ତାହା ମହିମା ଧର୍ମର ଶ୍ରଦ୍ଧାଳୁଙ୍କ ସମେତ ସନ୍ଥ ସମାଜ, ଦଳିତ ସମାଜଲୋକଙ୍କୁ ଶକ୍ତ ଆଘାତ ଦେଇଛି । ଏଭଳି ଲେଖା ଭାରତୀୟ ସଂସ୍କୃତି, ହିନ୍ଦୁଧର୍ମ ନିନ୍ଦିତ କରିବାକୁ କାର୍ଯ୍ୟ କରାଯାଇଥିବା ଦର୍ଶାଇ ବେହେରା ଥାନାରେ ଏତଲା ଦେଇଥିବା ଜଣାଇଛନ୍ତି । ଏତଲା ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଅନୁସୂଚିତ ଜାତି ରାଜ୍ୟ ସମ୍ପାଦକ ମହେଶ୍ୱର ସେଠୀ, ଦଳିତ ନେତା ଲିଙ୍ଗରାଜ ନାୟକ, କାଳୁ ଚରଣ ନାୟକ, ହରି ନାୟକ, ଜଗନ୍ନାଥ ଦାସ, ଯୁବ ନେତା ପି. ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ