ସନ୍ଥ ଅରକ୍ଷିତ ଦାସ ଙ୍କୁ ପୂଜାର୍ଚ୍ଚନା      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ରାସ୍ତା ର ତିନି ଛକ ଠାରେ ଥିବା ବଡ଼ଖେମୁଣ୍ଡି ର ରାଜପୁତ୍ର ସନ୍ଥ ଅରକ୍ଷିତ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ମଙ୍ଗଳବାର ପ୍ରଥମାଷ୍ଟମୀ ତିଥି ରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରେ  ବନ୍ଦାପନା ,ଭୋଗ, ଭଜନ କାର୍ଯ୍ୟ ଆଦି କରାଯାଇଥିଲା।ପୂର୍ବତନ କାଉନସିଲର ତଥା ଏମ ପି ପ୍ରତିନିଧି ନିରୁପମା ପଟ୍ଟନାୟକ ଏବଂ ସନ୍ଥ ଅରକ୍ଷିତ ଭକ୍ତ ମଣ୍ଡଳୀ ର ନୀଳକଣ୍ଠ ପଟ୍ଟନାୟକ,କାଳୁ ଚରଣ ବେହେରା,ମିଲନ ପାଣିଗ୍ରାହୀ, ଶଙ୍କର ରଥ,ମୁନା ବିଷୋୟୀ, ଚନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।  ପ୍ରବଳ ଝଡି ବର୍ଷା ସତ୍ତ୍ୱେ  ସନ୍ଥ ଅରକ୍ଷିତ ଙ୍କ ବସ୍ତ୍ରଲାଗି, ପ୍ରଥମାଷ୍ଟମୀ ଭୋଗ ଆଦି କାର୍ଯ୍ୟ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ