ସନ୍ଥ ଅରକ୍ଷିତ ଦାସ ଙ୍କ ମହାପ୍ରୟାଣ ଦିବସ ପାଳିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ସନ୍ଥ ଅରକ୍ଷିତ ଦାସଙ୍କ ଗୁରୁବାର ମାଘ କୃଷ୍ଣ ଦ୍ଵାଦଶୀ ତିଥି ରେ ମହାପ୍ରୟାଣ ଦିବସ ପାଳିତ ହୋଇଛି।ଦିଗପହଣ୍ଡି ସ୍ଥିତ ଘୋଡାହାଡ ଡ଼୍ୟାମ ରାସ୍ତା ଛକରେ ସ୍ଥାପିତ ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ ସହ ବସ୍ତ୍ର ଲାଗି କରାଯାଇଥିଲା। ସନ୍ଥ ଅରକ୍ଷିତ ଦାସ ଅତୀତର ବଡଖେମୁଣ୍ଡି (ବର୍ତ୍ତମାନର ଦିଗପହଣ୍ଡି) ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତୃଦତ୍ତ ନାଁ ଥିଲା ବୀରଭଦ୍ର ଦେବ। ସେ ଯୁବକ ଅବସ୍ଥାରେ ରାଜଧର୍ମ ପରିତ୍ୟାଗ କରି ସନ୍ୟାସ ଧର୍ମ ଗ୍ରହଣ କରି ଅରକ୍ଷିତ ଦାସ ଭାବେ ପରିଚିତ ହୋଇଥିଲେ। ଯାଜପୁର ଜିଲା ଓଳାଶୁଣି ଗୁମ୍ଫା ରେ ସେ ଦିବ୍ୟ ଚେତନା ପାଇବା ସହ ସେଠାରେ ତାଙ୍କ ମହାପ୍ରୟାଣ ଘଟିଥିଲା। ସେ ପାରମ୍ପରିକ ଧର୍ମରେ ଥିବା ଅନ୍ଧ ବିଶ୍ୱାସ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କ ସ୍ବରଚିତ ମହି ମଣ୍ଡଳ ଗୀତା, ସାକ୍ୟ ସଂହିତା ସମେତ ଅନେକ ଗ୍ରନ୍ଥ ରେ ସାମାଜିକ ଚେତନା ଉଲ୍ଲେଖ ରହିଛି ବୋଲି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚନା କରାଯିବା ସହ ତାଙ୍କର ଜୀବନ ଦର୍ଶନ ସମ୍ପର୍କରେ ଅନେକ ଶ୍ରଦ୍ଧାଳୁ ଆଲୋଚନା କରିଥିଲେ। ଶଙ୍କର୍ଷଣ ରଥ,ନିଳକଣ୍ଠ ପଟ୍ଟନାୟକ ଓ ମିଲନ ପାଣିଗ୍ରାହୀ ପ୍ରମୁଖ ଭକ୍ତ ଏହି ମହାପ୍ରୟାଣ ଦିବସକୁ ଆୟୋଜନ କରିଥିଲେ


