ସନ୍ଥ କବି ଭୀମଭୋଇ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଆଡସିପଡା ଗ୍ରାମ ପଂଚାୟତ ର କାମ୍ବା ପଡା ଠାରେ ଆଞ୍ଚଳିକ ଅଲେଖ ମହିମା ଶରଣ କମିଟି ଆବାହକ ଭକ୍ତ ନିର୍ମଳ ବେହେରା ଙ୍କ ଆବାହକତ୍ୱ ରେ ସନ୍ଥ କବି ଭୀମ ଭୋଇ ଙ୍କ ଜନ୍ମ ଜୟନ୍ତୀ ବିଭିନ୍ନ ଅଂଚଳ ର ଅଲେଖ ମହିମା ଭକ୍ତ ଙ୍କୁ ନେଇ ପାଳନ କରାଯାଇଛି.ବ୍ରହ୍ମ ନିଷ୍ଠ ସାଧୁ ମହେଶ୍ୱର ଦାସ ଦୀପ ଦାନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ରୂପେ ଡ଼ି.ଏଚ.ଏଚ ପୂଲବାଣୀ ର ଲୋକସମ୍ପର୍କ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି. ମୁଖ୍ୟ ବକ୍ତା ସମାଜ ସେବି ଆଇନଜୀବୀ ସତ୍ୟନାରାୟଣ ବେହେରା. ଅତିଥି ରୂପେ ସୋମନାଥ ବାଗ. ସରକାରୀ କର୍ମଚାରୀ କମଳ ବେହେରା. ମାର୍ଗଦର୍ଶକ ଭାବେ ମହିମା ଶରଣ ଓଡିଶା ଉପସଭାପତି ଭକ୍ତ ଅନାମ ଦିଗଲ ଯୋଗଦେଇ ଥିଲେ. ଅନ୍ୟ ତମ ଅତିଥି ରୂପେ ଅବସରପ୍ରାପ୍ତ ସେନକର୍ମଚାରି ଭକ୍ତ ଡ୍ରାଇଭ ର କହ୍ନର ଓ ଭକ୍ତ ଉମେଶ ମଲ୍ଲିକ ଭକ୍ତ ବୀଣା କାର ଯାନୀ ଯୋଗ ଦେଇ ଥିଲେ. ମୁଖ୍ୟ ଅତିଥି ଭୀମ ଭୋଇ ଙ୍କ ଜୀବନୀ ଓ ତାଙ୍କ ଉକ୍ତି ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉ. ର ବ୍ୟାଖ୍ୟା କରିଥିଲେ. ସୋମନାଥ ବାଗ ଭୀମ ଭୋଇ ବହୁଜନ ଙ୍କ ମଧ୍ୟରେ କ୍ରାନ୍ତି ଆଣିବାକୁ ଯାଇ ଗୀତ କବିତା ମଧ୍ୟରେ ଅଲେଖ ମହିମା ଧର୍ମ ପ୍ରଚାର ସମଗ୍ର ବିଶ୍ୱ ରେ କରବା କଥା ବ୍ୟକ୍ତ କରିଥିଲେ. ଭକ୍ତ ଅନାମ ଭୀମ ଭୋଇ ଙ୍କ ପିଲା ଦିନ ଠୂ ଶେଷ ପର୍ଯ୍ୟନ୍ତ ବ୍ୟକ୍ଷା କରି ଭକ୍ତ ଙ୍କୁ ଜନ୍ମ ଦିନ ପ୍ରତେକ ବର୍ଷ ପାଳନ କରିବାକୁ କହିଥିଲେ. ଭକ୍ତ ଶେଷ ଦେବ ଦାସ ମହିମା ମଠ କରିବାକୁ କହିଥିଲେ ଆଇନଜୀବୀ ସତ୍ୟନାରାୟଣ ବେହେରା ମହିମା ଧର୍ମ ପ୍ରକୁତରେ ଆଦିଧର୍ମ ନିରାକାର ଙ୍କ ସୃଷ୍ଟି କୁ ଭୀମ ଭୋଇ ବୁଝି ପାରିଥିଲେ ଓ ସମାଜରେ କ୍ରାନ୍ତି ଆଣି ସମଗ୍ର ମାନବ ଜାତି କୁ ଜାଗ୍ରତ କରିଥିଲେ. ଅନ୍ୟୁନ ଷାଠିଏ ରୁ ଉର୍ଦ୍ଧ ଭକ୍ତ ଙ୍କୁ ନେଇ ଅନୁଷ୍ଠିତ ସଭା ରେ ଭକ୍ତ ତେଜେଶ୍ଵର ମଲ୍ଲିକ, ଭକ୍ତ ଅଭିମନ୍ୟୁ, ଭକ୍ତ ବିଶ୍ଵମିତ୍ର ଭକ୍ତ ଶମ୍ଭୁନାଥ ସହଯୋଗ କରିଥିଲେ. ଭକ୍ତ ବଟ କୃଷ୍ଣ ପଧାନ ସଭା ପରିଚାଳନା କରିଥିଲେ .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ