ସନ୍ଦୀପ ଔର ପିଙ୍କି ଫରାର୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ଇସକ୍‌ଜାଦେ ଯୋଡି ଅର୍ଜୁନ୍‌ କପୁର୍‌ ଏବଂ ପରିଣୀତି ଚୋପ୍ରା ପୁଣି ଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସନ୍ଦୀପ ଔର ପିଙ୍କି ଫରାର୍‌ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ବୁଧବାର ଏହି ଫିଲ୍ମଳର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଉଭୟଙ୍କ ପ୍ରଦର୍ଶନକୁ ସମସ୍ତେ ପସନ୍ଦ କରିଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଚରିତ୍ରର ନାମ ପିଙ୍କି ଦାହିୟା ରହିଛି ଯିଏକି ଦିଲ୍ଲୀ ପୋଲିସ୍‌ରେ କାର୍ଯ୍ୟ କରନ୍ତି । ଅନ୍ୟ ପକ୍ଷରେ ପରିଣୀତିଙ୍କ ଚରିତ୍ରର ନାମ ସନ୍ଦୀପ କୌର ରହିଛି । ଜୟଦୀପ ଅଲାହାଟ୍‌, ନୀନା ଗୁପ୍ତା ଏବଂ ରଘୁବୀର ଯାଦବ ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ