ସନ୍ଧିପୂଜାରେ କୁଶ୍ମାଣ୍ଡ ବଳି ଦୁର୍ଗାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଭକ୍ତଙ୍କ ଗହଣରେ ଜଗତଜନନୀ ମା ଓଁ କାର ପ୍ରଣବ ଧ୍ୱନିରେ ମୁଖରିତ ପୁରପଲ୍ଲୀ। ଦୁର୍ଗତି ନାଶିନୀ ମାଆ ଦୁର୍ଗା ଙ୍କ ଆବାହନ ମନ୍ତ୍ରରେ ସମଗ୍ର ପରିବେଶ ଉତ୍ସବ ମୁଖର। ଜଡ଼ ଚେତନାରେ ପରିବର୍ତ୍ତିତ କରିବାର ଆହାଲ୍ଲାଦିତ ଶକ୍ତିର ଅଧିକାରିଣୀ ମା ଦୁର୍ଗାଙ୍କ ମଣ୍ଡପରେ ମହାଷ୍ଟମୀ ପୂଜା ପାଇଁ ସକାଳୁ ଗହଳି ବଢ଼ି ଚାଲିଥିଲା। ପୁରୋହିତ ଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ, ହୋମ ଯଂଜ୍ଞ ତଥା ପରମ ବୈଷ୍ଣବି ଦୁର୍ଗା ଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ସହ ଭକ୍ତ, ଶ୍ରଦ୍ଧାଳୁ ଙ୍କ ମା “ଡ଼ାକରେ କମ୍ପିଉଠିଥିଲା ପୂଜା ମଣ୍ଡପ। ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ମଙ୍ଗଳବାର ଦିନ ମଣ୍ଡପରେ ମା’ଙ୍କର ମହା ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଥିଲା ମହା ନବମୀ ପୂଜା । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦୁର୍ଗା କ୍ଲବ ତରଫରୁ ଚଳିତ ବର୍ଷ ୫୭ ବାର୍ଷିକ ଦୁର୍ଗା ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମା ‘ଙ୍କ ଆଶିଷ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। “ଦୁର୍ଗା ଅଷ୍ଟମୀ “ବା ମହା ଅଷ୍ଟମୀ ହେଉଛି ଦଶ ଦିନ ବିଶିଷ୍ଟ ଦୁର୍ଗା ପୂଜାର ଏକ ସ୍ୱତନ୍ତ୍ର ଦିନ। ଅସ୍ତରଙ୍ଗ ଦୁର୍ଗା ମଣ୍ଡପରେ ମହାଅଷ୍ଟମୀ ଅବସରରେ ପୂଜକ ଙ୍କ ଦ୍ୱାରା ସ୍ୱତନ୍ତ୍ର ନୀତି ଅନୁଯାୟୀ ମା ଦୁର୍ଗା ଙ୍କ ନିକଟରେ କୁଶ୍ମାଣ୍ଡ ବଳି ଯାହା କାକୁଡି କୁ ବଳି ରୂପରେ ଦିଆଯାଇଥିଲା। ମହାଅଷ୍ଟମୀ ରେ ଚଣ୍ଡୀପାଠ ସହ ଅଷ୍ଟମୀ ତିଥି ଶେଷ ନବମୀ ତିଥି ଆରମ୍ଭ କୁ ସନ୍ଧିକ୍ଷଣ କୁହାଯାଏ। ମା ଦୁର୍ଗା ଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ତ୍ର ଧ୍ୱନି ସହ କୁଶ୍ମାଣ୍ଡ ବଳି ଅନୁଷ୍ଠିତ ହୋଇଥିଲା ବୋଲି ପୂଜକ ପଣ୍ଡିତ ମଙ୍ଗରାଜ କର ସୂଚନା ଦେଇଛନ୍ତି।ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ମାନେ ଉପବାସ ରହି ମା’ଙ୍କୁ ଦର୍ଶନ କରୁଛନ୍ତି । ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ଷୋଡଶ ଉପଚାରରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଛି, ଏହାପରେ ସଂଧିପୂଜା ଆରମ୍ଭ ହୋଇଥିଲା। ଏଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଦୁର୍ଗା ପୂଜାରେ ମଣ୍ଡପରେ ନାହିଁ ନଥିବା ଭିଡ ହୋଇଥିଲା । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ମାନେ ମା’ଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରିଥିଲେ । ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ ଓ ନଈଗୁଆଁ ପୂଜା ମଣ୍ଡପରେ ମହା ଆଡମ୍ବରରେ ମା’ଙ୍କ ଦୁର୍ଗାଷ୍ଟମୀ ପୂଜା କରାଯାଉଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।
ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଅସ୍ତରଙ୍ଗ ଓ ନଈ ଗୁଆଁ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଭିଡ଼ । ରାତି ୧୨ଟା ଯାଏ ଅସ୍ତରଙ୍ଗ ଦୁର୍ଗା ମଣ୍ଡପ ନିକଟରେ ଭିଡ଼ ଦେଖିବାକୁ ମିଳୁଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ।