ସନ୍ଧ୍ୟାରେ ଖାଲିପେଟରେ ରହିଲେ ହୋଇପାରେ ଏହି ସମସ୍ୟା
ଓଜନ କମ୍ କରିବାକୁ ଚାହୁଁଥିଲେ ହାଲୁକା ଭାବେ ରାତ୍ରିଭୋଜନ କରିବା ଲାଗି ପରାମର୍ଶ ଦିଆଯାଏ । ତେବେ ରାତ୍ରିଭୋଜନ କିଭଳି ହାଲୁକା ଭାବେ ରଖାଯାଇପାରିବ ତାହା ହେଉଛି ବଡ ପ୍ରଶ୍ନ । ତେଣୁ ରାତି ଭୋଜନ କମ୍ କରିବା ଲାଗି ସଂଧ୍ୟାରେ କିଛି ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ସନ୍ଧ୍ୟା ୪ଟାରୁ ୬ ଟା ହେଉଛି ସନ୍ଧ୍ୟା ସ୍ନାକ୍ସ ଖାଇବାର ଉପଯୁକ୍ତ ସମୟ । ତେବେ ଚାଲନ୍ତୁ ଜାଣିବା ସନ୍ଧ୍ୟାରେ ଖାଲି ପେଟରେ ରହିଲେ କ’ଣ ସବୁ ସମସ୍ୟା ଉପୁଜିପାରେ ।
ହର୍ମୋନ ଉପରେ ପ୍ରଭାବ ପଡେ: ସନ୍ଧ୍ୟାରେ ଉପଯୁକ୍ତ ସ୍ନାକ୍ସ ଖାଇବା ଫଳରେ ଆମ ଶରୀରରେ ହର୍ମୋନ କୋର୍ଟିସଲ ଏକ ପ୍ରାକୃତିକ ସାଇକେଲରେ ପ୍ରବାହିତ ହୋଇଥାଏ । ଏହି ସ୍ତର ସକାଳ ସମୟରେ ବଢ଼ିଥାଏ ଏବଂ ପେଟ ସଫା କରିଥାଏ । ସନ୍ଧ୍ୟା ସମୟରେ କୋର୍ଟିସଲ ସ୍ତର କମିଯାଏ । ଯାହା ଫଳରେ ହର୍ମୋନ ଉପରେ ପ୍ରଭାବ ପଡେ । ଆମେ ଶରୀରରେ କୋର୍ଟିସଲ ସ୍ତର ହ୍ରାସ ପାଇବା ଫଳରେ ବଢ଼ିବାରେ ଲାଗିଥାଏ । ଯାହା ଫଳରେ ରାତ୍ରି ଭୋଜନ ଅଧିକ ଖାଦ୍ୟ ଖାଇ ହୋଇଯାଏ ।
ହଜମ ଶକ୍ତି କମେ: କେବଳ ସେତିକି ନୁହେଁ ସନ୍ଧ୍ୟାରେ ଠିକ୍ ଭାବେ ନ ଖାଇବା ଫଳରେ ଭଲରେ ନିଦ ହୋଇନଥାଏ । ହଜମ ଶକ୍ତି ହ୍ରାସ ପାଇବା ସହ ଥାଇରଏଡ ଏବଂ ଇନସୁଲିନ ଇନସେନ୍ସିଟିଭ ଭଳି ସମସ୍ୟା ମଧ୍ୟ ଦେଖାଯାଏ ।
ଖାଇପାରବେ ଚଟପଟା ଖାଦ୍ୟ: ସନ୍ଧ୍ୟା ସମୟରେ ଚିନାବାଦାମ, ଚଣା, ମିଠା, ଘିଅ ଏବଂ ଚପାତି ଖାଇବାକୁ ଭୁଲନ୍ତୁ ନାହିଁ । ଘରୁ ଦୂରରେ ରହୁଥିଲେ ସପ୍ତାହରେ ଥରେ ସମୋସା ଓ ଚାଟ ଖାଇପାରିବେ । ଦେଖିବେ ଧୀରେ ଧୀରେ ଆପଣଙ୍କ ଡିନର କମିଯିବ ।