ସନ୍ଧ୍ୟାରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପ୍ରାଙ୍ଗଣ ମଣ୍ଡପ ଠାରେ ପାଞ୍ଚ ଦିନ ହେବ ମା କାଳୀ ପୂଜା ପାଉଛନ୍ତି। ପୂଜକ ବାମନ ଚରଣ ପଣ୍ଡା ଓ ନିଗମ ପଣ୍ଡାଙ୍କ ବୈଦିକ ମନ୍ତ୍ର ଆବାହନରେ ମା ଧରାବତରଣ କରିବା ପରେ ବିଧି ମତେ ପ୍ରତ୍ୟକ ଦିନ ପୂଜା ଅନୁଷ୍ଠିତ ହେଉଛି। ଶୁଭ ଅଧିବାସରେ ମା’ଙ୍କ ଅଷ୍ଟ ପୂଜା, ଉପଚାର ପୂଜା, ଅଳଙ୍କାର ପୂଜା ଓ ହୋମଯଜ୍ଞ ଆୟୋଜନ ହୋଇଥିଲା। ପ୍ରତ୍ୟକ ଦିନ ସକାଳେ ମା’ଙ୍କ ଆଳତୀ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଅନେକ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି। ସେହିଭଳି ଆଖପାଖ ୧୫/୨୦ଖଣ୍ଡି ଗ୍ରାମର ଜନସାଧାରଣ ପ୍ରତ୍ୟକ ସନ୍ଧ୍ୟାରେ ପୀଠରେ ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରୁଛନ୍ତି। କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ ହେଉଛି। ଅନୁରୂପ ଭାବେ ମଞ୍ଜୁରୀରୋଡ଼ ଓ ଖପୁରିଆପଦା ଠାରେ ବେଶ ଭାବ, ଉଦ୍ଦୀପନାର ସହିତ ମା କାଳୀଙ୍କ ବାର୍ଷିକ ପୂଜା ଉତ୍ସବ ଆୟୋଜିତ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ