ସନ୍ଧ୍ୟା ହେଲେ ରାସ୍ତାଘାଟ ଶୁନ୍ଶାନ୍

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍): ନୟାହାଟ ଅଞ୍ଚଳର ଧୂମାଳ, ଦେସ୍ଥଳୀ, ଜଙ୍ଗଲବୋରୀ, ବଉଲାଙ୍ଗ, ସୋରଭା, ଈଷାଣପୁର ପଞ୍ଚାୟତର ୭୫ଟି ଗ୍ରାମ ଚଳିତ ଫାନି ବାତ୍ୟାରେ ବ୍ୟାପକ କ୍ଷତି ଘଟିଥିବାବେଳେ ବିଦ୍ୟୁତ୍ ଖୁଣ୍ଟମାନ ପବନରେ ଭାଙ୍ଗି ପଡ଼ି ରାସ୍ତାଘାଟ ଉପରେ ପଡ଼ିରହିଛି । ପ୍ରଶାସନ ପକ୍ଷରୁ ୩୩ କେଭି, ୧୧ କେଭି ଲାଇନ୍ ଖୁଣ୍ଟ ମରାମତି କାର୍ଯ୍ୟ ସରିନଥିବାବେଳେ ଏଲ୍ଟି ଲାଇନ୍ ଖୁଣ୍ଟ କାର୍ଯ୍ୟରେ ହାତ ମରାଯାଇନାହିଁ । ରାତିରେ ଲୋକମାନେ ଶୋଇପାରୁନାହାନ୍ତି । ପିଲାମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବିଦ୍ୟୁତ୍ ବିନା ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇପଡ଼ିଛି । ଏଥିସହ ପାନୀୟ ଜଳ ଲାଗି ଲୋକମାନେ ଡହଳବିକଳ ହେଉଛନ୍ତି । ବିଦ୍ୟୁତ୍ ବିନା ସନ୍ଧ୍ୟାପରଠାରୁ ବଜାର ଘାଟ ଶୂନଶାନ ହୋଇପଡ଼ୁଛି । ତେବେ ନୟାହାଟରେ କେବେ ବିଜୁଳି ଜଳିବ ବୋଲି ପ୍ରଶ୍ନ ଉଠୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ