ସନ୍ ସାଇନ୍ ଇଣ୍ଟରନ୍ୟାସନାଲ ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର କୁମାରୀସ୍ଥିତ ସନ୍ ସାଇନ୍ ଇଣ୍ଟରନ୍ୟାସନାଲ ସ୍କୁଲ ରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଉଦ୍ ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି,ବରିଷ୍ଠ ଶିକ୍ଷାବିତ୍ ଏ ରାଜଗୋପାଳ ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଭଲପାଠପଢିବା ସହ କ୍ରୀଡ଼ା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଉପଦେଶ ଦେଇଥିଲେ। ବିଭିନ୍ନ ଇଭେଣ୍ଟ ରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସିନିୟର୍ ବାଳକ ବର୍ଗରେ ଆଶିଷ୍ ପାଣିଗ୍ରାହୀ, ବାଳିକା ରେ ଦିବ୍ୟାନି ରାଣୀ କର , ଜୁନିୟର ବାଳକ ବର୍ଗ ରେ ଆଦର୍ଶ ବିଷୋୟୀ,ବାଳିକା ବର୍ଗରେ ରାଜଲକ୍ଷ୍ମୀ ବିଷୋୟୀ ଚାମ୍ପିଅନ ହୋଇଥିଲେ। କାର୍ଯ୍ୟକ୍ରମ କୁ ସ୍କୁଲ ପ୍ରିନିସପାଲ ସୁନିଲ ମହାନ୍ତି ସଞ୍ଜୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।


