ସପୋଟିଭ ହ୍ୟାଣ୍ଡସ ପକ୍ଷରୁ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲ ଠାରେ ୭୫ତମ ସ୍ୱାଧିନତା ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ସପୋଟିଭ ହ୍ୟାଣ୍ଡସ’ ପକ୍ଷରୁଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନୀତା ବିଜୟୀନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରକ୍ତଦାନ ମହାପୁଣ୍ୟର ବାର୍ତ୍ତାନେଇ ଆଜିର ଯୁବସମାଜ ରକ୍ତଦାନ କ୍ଷେତ୍ରକୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ଷେଣ୍ଢ, ପିଇଓ ମହେଶ୍ୱର ସାହୁ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଯେନା, ସହଦେବ ସାହୁ ପ୍ରମୁଖ ଯୋଗଦେଇଥିଲେ । ସପୋଟିଭ ହ୍ୟାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସପୋଟିଭ ହ୍ୟାଣ୍ଡସର ସଦସ୍ୟ ସୁଧାଶୁଂ ଶେଖର ନାୟକ, ଅମ୍ରିତାଶୁଂ ଦାସ, ନବୀନ ନାହାକ, ପ୍ରଶାନ୍ତ ସାହୁ, ରାଜୀବ ଦାସ,ମାନସ ପଣ୍ଡା, ପିଣ୍ଟୁନାହାକ, ବିକାଶ ବିଶ୍ୱାଳ, ଅରୁଣ ସାହୁ, ଦୀପକ ସାହୁ, ସୁମନ ପାତ୍ର, ଉତ୍କଳ ଘଡେଇ, ଗୋଲକ ମହନ୍ତ, ଫନି ଜେନା, ପ୍ରକାଶ ନାୟକ, ଜୟନ୍ତ ରାଉତ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଏହି ଶିବିରରୁ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲଟି ସ୍ୱାଗତିକା ମହାନ୍ତ, ସୁଦର୍ଶନ ବେହେରା, ଦେବରାଜ ସାହୁ, ଡିଇଓ ରଶ୍ମୀରଞ୍ଜନ ପ୍ରଧାନ,ନୀଳମାଧବ ମୁଖୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ