ସପ୍ତମ ନବ ମାତୃକା ପୂଜା ପ୍ରସ୍ତୁତି ବୈଠକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସମାଜର ମହିୟସୀ ମାନଙ୍କୁ ପୂଜା କରିବା ପାଇଁ ଚଳିତ ବର୍ଷ ସପ୍ତମ ନବ ମାତୃକା ପୂଜା ସହିଦନଗର ସ୍ଥିତ ଆର୍ଯ୍ୟସମାଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ସେପ୍ଟେମ୍ବର୨୯ ତାରିଖରେ ସକାଳ ୧୦ ଘଣ୍ଟା ସମୟରେ ୭୦ ବର୍ଷରୁ ଉଦ୍ଧ୍ୱର୍ ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଗରୀୟସୀ ତଥା ସାହିତ୍ୟକ ମା ତଥା ସମାଜସେବୀ ମା ଚିକିସ୍ରକ, କଳା ଆଧାତ୍ମିକ ମା ଭାବରେ ୯ ଜଣ ମହିୟସୀ ମହିଳା ମାନଙ୍କୁ ହୋମ ଯଜ୍ଞ କରି ପୂଜା କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ କମିଟିର ଆବାହିକା ଡ. ଶକୁନ୍ତଳା ବଳିୟାରସିଂହ ସଭାପତିତ୍ୱ କରିଥିବାବେଳେ ସମ୍ପାଦିକା ମମତା ମହାପାତ୍ର ପରି•ଳନା କରିଥିଲେ । ଏହି ବୈଠକରେ ଅନ୍ୟତମ ସଦସ୍ୟ ସଦସ୍ୟା ଶାଶ୍ୱତୀ ବଳ, ଡ. ପ୍ରଭାବତୀ ପଣ୍ଡା, ଡ. ସଂଘମିତ୍ରା ମିଶ୍ର, ଆଶାଲତା ଦାଶ, ଗୀତାଞ୍ଜଳି ସିଂହ, ବିରେନ୍ଦ୍ର କର, ସୀତା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଚଳିତ ବର୍ଷ ନବମାତୃକା ପୂଜାକୁ ସରସ ଓ ସୁନ୍ଦର କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଶେଷରେ ଯଜ୍ଞର ଯଜମାନ ଶିଳ୍ପୀ ବେଣୁ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।