ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ ଉଦଘାଟିତ

ନିମାପଡ଼ା ,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଅମର ପ୍ରସାଦ ସ୍ଥିତ ସାଇ ମନ୍ଦିର ସମ୍ମୁଖରେ ସପ୍ତମ ବାର୍ଷିକ ବାଇଦେଇ ମହୋତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଙ୍କ ନିମାପଡ଼ା ବ୍ଲକ ପ୍ରତିନିଧି ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ,ମୁଖ୍ୟ ବକ୍ତା ଭାବେ ଆଇନିଜୀବୀ ତଥା ସମାଜସେବୀ ରଣଜିତ ସାହୁ, ସାହୁ ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ,ସମିତି ସଭ୍ୟା ଝରଣା ସାହୁ ,ତୁଳସୀପୁର ପଞ୍ଚାୟତ ବିଜେପି ସଭାପତି କୈଳାସ କର ,ପୂର୍ବତନ ସରପଞ୍ଚ ଭଗବାନ ମିଶ୍ର, ଛଣିଜଙ୍ଗ ପଞ୍ଚାୟତ ସରପଞ୍ଚ ଅଜୟ କୁମାର ପରିଡ଼ା, ବାହାରଣା ପଞ୍ଚାୟତ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସ୍ବାଇଁ , ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ,ଦିଲିପ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ଵିଜବର ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଅମରେନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ ।ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ଡକ୍ଟର ମନମୋହନ ଶର୍ମା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରି ଥିଲେ। ଭୁବନେଶ୍ଵର ର ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ , ଗନ୍ଧର୍ବ କଳା ପରିଷଦ ଓ କଟକ ର ଫିଡ଼ା ଡ୍ୟାନ୍ସ ଗୃପ ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ