ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଗଡ଼ ଅମର ପ୍ରସାଦର ସାଇ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେଉଛି ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ । ଆଜି ନିକଟସ୍ଥ ମଇଁଷିଗୋଠ ଆଶ୍ରମଠାରୁ ସାଇନାଥ ଙ୍କ ପାଦୁକା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତ ଧର୍ମବୀର କାନୁନଗୋ ବାବା ଙ୍କ ପାଦୁକା କୁ ମୁଣ୍ଡରେ ମୁଣ୍ଡାଇଥିବା ବେଳେ ପାଲିଙ୍କି ରେ ଠାକୁର ଙ୍କୁ ଉପବେଶନ କରା ଯାଇଥିଲା। ବାବା ଙ୍କ ବିଗ୍ରହ ଓ ପାଦୁକା କୁ ଅମରେଶ୍ୱର ବଜାର ଦେଇ ମୁଖ୍ୟ ରାସ୍ତା ରେ ବାଣ ଫୁଟାଇ ବାଜା ବଜାଇ ଏକ ବିରାଟ ଶୋଭାଯାତ୍ରାରେ ପୀଠ ନିକଟକୁ ନିଆଯିବା ପରେ ଦ୍ଵିତୀୟ ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ୧ ତାରିଖ ଠାରୁ ମା ବାଇଦେଈ ଙ୍କ ପୀଠ ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଗୁରୁବାର ସଂଧ୍ୟା ରୁ ବାଇଦେଈ ମହୋତ୍ସବ କମିଟି ଓ ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ର ମିଳିତ ଅୟୋଜନ ରେ ତିନି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦ୍ଵିତୀୟ ସଂଧ୍ୟା ରେ ନୟାଗଡ଼ ର ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ, ଗଡ଼ ଅମର ପ୍ରସାଦ ର ବାଇଦେଈ ଡ୍ୟାନ୍ସ ଏକାଡେମୀ, ବଲାଙ୍ଗୀର ର ସଙ୍ଗୀତ ସାଧନା ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ଓଡ଼ିଶୀ ସହିତ ବିଭିନ୍ନ ନୃତ୍ୟ ପରିବେଷଣ ହୋଇ ଥିଲା। ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ଅତିଥି ଭାବେ ବିଜେଡି ନେତା ଦିଲ୍ଲିପ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ମଲ୍ଲିକ
ପ୍ରମୁଖ ଯୋଗ ଦେଇଥିବାବେଳେ
ଶିକ୍ଷାବିଦ ଦ୍ୱିଜବର ମୁଦୁଲି ସଭା ରେ ସଭାପତିତ୍ବ କରିଥିଲେ।