ସପ୍ତାହବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଉଦଯାପିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍):ସଡ଼କ ସୁରକ୍ଷା ଜୀବନ ରକ୍ଷା ।ସର୍ବେ ଭବନ୍ତୁ ସୁଖିନଃ,ମା ପଶ୍ଚିମ ଦୁଃଖ ମା ଭବେତ୍ । ଭଗବାନଙ୍କ ସୃଷ୍ଟିରେ ମଣିଷ ଜୀବନ ଦୁର୍ଲଭ । ମଣିଷ ନିଜର ଅମୂଲ୍ୟ ଜୀବନର ମହତ୍ତ୍ଵ ବୁଝିବା ଦରକାର । ଭାରତ ଭଳି ଜନବିଷ୍ଫୋରଣ ଦେଶରେ ଦିନକୁ ଦିନ ଭାରି ଯାନ, ଲଘୁ ଯାନ ଏବଂ ଅନ୍ୟାନ୍ୟ ଶିଳ୍ପ ଅନୁଷ୍ଠାନ ହୁଏ ବଢ଼ି ଚାଲିଛି । ପ୍ରତିଦ୍ବନ୍ଦିତା ଦୁନିଆଁ ରେ ସମସ୍ତେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢିବା ନିଶା ଧରିଛି । ଯାହାଫଳରେ ଦୁର୍ଘଟଣା ବୃଦ୍ଧି ହେବା ସହରର,ଜୀବନ ନଷ୍ଟ ହେଉଛି ।ତେଣୁ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ କଡ଼ା ଆଇନ ପ୍ରଣୟନ ହୋଇଛି ।ଯଦି କେହି ବିନାହେଲମେଟ,ମଦ ପିଇ ଗାଡ଼ି ଚଲାଇବା,ସିଟ୍ ବେଲ୍ଟ ନ ପିନ୍ଧିବା,ଅନ୍ୟ ଗାଡ଼ିକୁ ଅତିକ୍ରମ ନ କରିବା,ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରଖିବା,କାନରେ ମୋବାଇଲ ରଖି କଥା ହୋଇ ହୋଇ ଚଲାଇବା , ଟ୍ରାଫିକ ନିୟମ ନ ମାନିବା ଇତ୍ୟାଦି ।ଯଦି ଏହାକୁ ମାନିବା ନାହିଁ ତାହାହେଲେ କଡ଼ା ମୋଟର ଆଇନ ତମ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା । ବେଳହୁଁ ସାବଧାନ ।ମୋଟରଯାନ ଆଇନକୁ ସମ୍ମାନ ଦିଅ, ସଚେତନ ହୁଅ। ନିଜର ଅମୂଲ୍ୟ ଜୀବନକୁ ଦୁର୍ଘଟଣା ମୁହଁରୁ ରକ୍ଷା କରିବା ସହ ଅନ୍ୟର ଦୁର୍ଲଭ ଜୀବନ କୁ ସୁରକ୍ଷା ଦିଅ ।ଏହାକୁ ନେଇ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ପରିବହନ କାର୍ୟ୍ୟାଳୟ ତରଫରୁ ଭାରାକ୍ରାନ୍ତ ଅତିରିକ୍ତ ଜିଲ୍ଲା ପରିବହନ ଅଧିକାରୀ ମନୋଜ ଟପ୍ନୋଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ସମସ୍ତ ଅଂଚଳରେ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଶେଷ ଦିନରେ ରାଇରଙ୍ଗପୁର ସହର ରେ ଉଦଯାପିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଅଂଚଳ ବାସୀଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ ହେବାପାଇଁ ବକ୍ତବ୍ୟରେ ରଖିଥିଲେ ।