ସପ୍ତାହର ନିଦ ଗୋଟିଏ ଦିନରେ ପୂରଣ କରନ୍ତୁନି
ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କାମର ଚାପ ଅଧିକ । ଫଳରେ ଅନେକଙ୍କୁ ଆବଶ୍ୟକ ସମୟ ଶୋଇବାକୁ ମିଳୁନାହିଁ । ବିଶେଷକରି ଚାକିରିଆଙ୍କୁ ଶୋଇବା ଲାଗି କମ୍ ସମୟ ମିଳୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ରାତିରେ କାମ କରୁଥିବାରୁ ଶୋଇପାରି ନ ଥାନ୍ତି । ଏଣୁ ସେମାନେ ଶୋଇବା ପାଇଁ ସପ୍ତାହରେ ମିଳୁଥିବା କେବଳ ଛୁଟିଦିନକୁ ଅପେକ୍ଷା କରିଥାନ୍ତି । ଅନେକ ଭାବିଥାନ୍ତି ଏହା ବାକି ରହିଥିବା ନିଦକୁ ଭରଣା କରିଥାଏ । ମାତ୍ର ଏହା ଠିକ୍ ନୁହେଁ । ନିକଟରେ ହାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏପରି କରିବା ଦ୍ୱାରା କିଛି ସମୟ ଆରାମ ମିଳିଲେ ମଧ୍ୟ ଏହା ଜଣଙ୍କୁ ଅଧିକ ଅଳସୁଆ ଓ ମାନ୍ଦା କରିଥାଏ । ଏହା ଶରୀରର ଅନେକ କ୍ଷତି ବି ଘଟାଇଥାଏ । ରାତି ୯ଟା ପରେ ଶରୀରରୁ ମେଲାଟାନି ନାମକ ଏକ ହର୍ମୋନ ବାହାରିଥାଏ, ଯାହା ସକାଳେ ବନ୍ଦ ହୋଇଥାଏ । ଏଣୁ ଛୁଟି ଭାବି ଦିନତମାମ ଶୋଇଲେ ତାହା ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ଯାହାଫଳରେ ରାତିରେ ବି ନିଦ ହୋଇ ନ ଥାଏ । ଏହା ସହ ରାତିରେ କମ୍ ଶୋଉଥିବା ବ୍ୟକ୍ତିଙ୍କୁ ସମୟ ବାହାରକରି ଦିନରେ ଶୋଇବା ଲାଗି ଗବେଷଣା ରିପୋର୍ଟରେ କୁହାଯାଇଛି ।