ସଫଳ ଅସ୍ତ୍ରୋପଚାର ପରେ ଗାଈ ମୃତ୍ୟୁ ମୁଖରୁ ବଞ୍ଚିଗଲା   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମର ସୁବାସ ଗୌଡ଼ ଙ୍କ ଶଙ୍କର ଜାତୀୟ ଗାଈ ପ୍ରସବ ବେଦନା ରେ ଛଟପଟ ହେଉଥିଲା।  ଗାଈକୁ ଦୀର୍ଘ ୬ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯିବା ପରେ ନିଶ୍ଚିତ ମୃତ୍ୟୁ ମୁଖରୁ ଗାଈ ଟି ବଞ୍ଚିପାରିଛି। ଗାଈର ପେଟ ରୁ ମଲା ଛୁଆକୁ ବାହାର କରି ଗାଈର ଗର୍ଭଯନ୍ତ୍ରଣାର ଉପଶମ କରିବାରେ ସଫଳ ହୋଇଛନ୍ତି ଦିଗପହଣ୍ଡି ବ୍ଳକ ଭିଷ୍ମଗିରି ପ୍ରାଣୀ ଚିକିତ୍ସକ ଡା.ସିର୍ଦ୍ଧାଥ ଶଙ୍କର ପାଣିଗ୍ରାହୀ।ଏହି ବିରଳ ଆସ୍ତ୍ରୋପଚାରରେ  ଗାଈ ସୁରକ୍ଷିତ ହୋଇଥିବା ବେଳେ,ବାଛୁରୀଟି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବାଛୁରୀର ଓଜନ ପ୍ରାୟ ୩୦ କିଗ୍ରା ହୋଇଥିଲା।ଫଳରେ ତାକୁ ପ୍ରସବ କରିବା ପାଇଁ  ଗାଈ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ  ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା।ଯଦି ତତ୍କାଳ ଏହାର ଆସ୍ତ୍ରୋପଚାର ହୋଇ ନଥାନ୍ତା ତା ହେଲେ  ଗାଈର ଜୀବନ ପ୍ରତି ବପଦ ସୃଷ୍ଟି କରିଥାନ୍ତା।ଘଟଣାଟି ନିମଖଣ୍ଡିପେଣ୍ଠ  ପଞ୍ଚାୟତ ଅନ୍ତର୍ଗତ ପନାଡ ଗ୍ରାମରେ ଘଟିଛି।ଗ୍ରାମର ସୁବାସ ଗୌଡ ପାଳିଥିବା ଶଙ୍କର ଜାତୀୟ ଗାଈ କ୍ଷେତ୍ରରେ ଏଭଳି ଘଟଣା ଘଟିଥିଲା।ଗାଈର ପ୍ରସବ ସମୟ ଠିକ ଥିଲା।ଘଟଣାର ୨ ଦିନ ପୁର୍ବରୁ ଗାଈର ଛୁଆ ଘରାର ଏକ ବୃହତ ଅଂଶ କୌଣସି କାରଣ ବଶତଃ ବାହାରକୁ ଚାଲି ଆସିଥିଲା।ଏ ସମ୍ପର୍କରେ ସୁବାସ ଭିଷ୍ମଗିରି ପ୍ରାଣୀ ଚିକିତ୍ସକ ଙ୍କୁ ଜଣାଇବାରୁ ପ୍ରାଣୀ ଚିକିତ୍ସାଳୟରୁ ଏକ ଟିମ ଗାଁ କୁ ଯାଇ ଛୁଆ ଘରାକୁ ଗାଈର ଗର୍ଭାଶୟରେ ପୁନଃ ସ୍ଥାପନ କରିବାରେ ସଫଳ ହୋଇଥିଲେ।ଏହାର ୨ ଦିନ ପରେ ଗାଈର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲେ ମଧ୍ୟ  ଗାଈ ବାଛୁରୀକୁ ପ୍ରସବ କରି ପାରି ନଥିଲେ।ଗର୍ଭରେ ବାଛୁରୀଟି ମରିଯାଇଥିବା ଯୋଗୁଁ ଗାଈର ଏଭଳି ଅବସ୍ଥା ହୋଇଥିବା  ପ୍ରାଣୀ ଚିକିତ୍ସକ ସୁଚନା ଦେଇଛନ୍ତି।ଗାଈର ଅସ୍ତ୍ରୋପଚାର କାର୍ଯ୍ୟରେ ଦିଗପହଣ୍ଡି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା.ସୌମ୍ୟରଞ୍ଜନ ସାହୁ, ଟେକ୍ନସିଅନ କାହ୍ନୁଚରଣ ମହାରଣା,ବଳରାମ ମହାରଣା,ତଲାସିଂ ପ୍ରାଣୀଧନ ନିରୀକ୍ଷକ ବାଲାଜୀ ଦୋରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ