ସଫଳ ମତ୍ସ୍ୟଚାଷୀ ସସ୍ମିତା ରାଉଳ ପୁରସ୍କୃତ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଧାନଘର ଗ୍ରାମର ସସ୍ମିତା ରାଉଳ ଜିଲ୍ଲାର ଜଣେ ସଫଳ ମତ୍ସ୍ୟଚାଷୀ ଭାବେ ପୁରସ୍କୃତ ହେଇଛନ୍ତି। ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଛି। ସସ୍ମିତା ଗତ ୫ବର୍ଷ ହେଲା ନିଜ ବିଲରେ ୧୦ଟି ପୋଖରୀ ଖୋଳି ମାଛ ଓ ଜାଆଁଳ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ବିଶେଷକରି ଭକୁଡ଼, ରୋହି, ମିରିକଳି, ଚଣ୍ଡୀ ଭଳି ମାଛ ଚାଷକରି ବର୍ଷକୁ ୩୦ରୁ ୪୦ କୁଇନ୍ତାଲ ମାଛ ବିକ୍ରୀ କରୁଥିବା ବେଳେ ଆଖ ପାଖ ଅଞ୍ଚଳକୁ ମାଛ ଜାଆଁଳ ଯୋଗାଇ ଥାନ୍ତି। ଏଥିରେ ତାଙ୍କ ସ୍ବାମୀ ବିନୋଦ ରାଉଳ ସହଯୋଗ କରିଥାନ୍ତି। ତାଙ୍କୁ ପୁରସ୍କାର ପ୍ରଦାନ ଦ୍ଵାରା ପଞ୍ଚାୟତ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇ ଥିବା ବେଳେ ଏହା ଅନ୍ୟ ମତ୍ସ୍ୟ ଚାଷୀ ମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି ପୂର୍ବତନ ନାଏବ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ପ୍ରତିନିଧି ବିଜୟ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ