ସଫଳ ହୋମିଓ ଚିକିତ୍ସକ ଗୋକୁଳ ଚନ୍ଦ୍ର ମଜୁମଦାରଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସଂସଦର କାର୍ଯ୍ୟକାରୀ ସଭାପତି ଡଃ. ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ୱରେ ଇନ୍ଦୁପୁର ବଙ୍ଗାଳିସାହିସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ସୁନାମଧନ୍ୟ ହୋମିଓ ପ୍ୟାଥିକ ଚିକିତ୍ସକ ଗୋକୁଳାନନ୍ଦ ମଜୁମଦାରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସେ ଇନ୍ଦୁପୁର ତଥା ଆଖପାଖ ଅଞ୍ଚଳର ଗରିବ ଓ ନିସହାୟ ରୋଗୀମାନଙ୍କ ସେବାରେ ନିଜର ଜୀବନ ସମର୍ପି ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂସଦର ସମ୍ପାଦକ ମୂରଲୀଧର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ନିମାଇଁ ଚରଣ ବିଶ୍ୱାଳ, ଶିକ୍ଷାବିତ ରଘୁନାଥ ରାଉତ, ପରମାନନ୍ଦ ଥାଟୋଇ, ପର୍ଶୁରାମ ସ୍ୱାଇଁ, ଡଃ. ସଂଗ୍ରାମ କେଶରୀ ରାଉତରାୟ, ମହେଶ୍ୱର ନାୟକ, ବଟକୃଷ୍ଣ ସାମଲ, ଅନାଦି ଚରଣ ଦାସ, କୃପାସିନ୍ଧୁ ସାହୁ, ମହାକାଳପଡା ବିକାଶ ମଞ୍ଚ ସଭାପତି ତଥା ପରିବେଶବିତ କାଶୀନାଥ ରାଉତରାୟ, ସଂସଦର ଉପଦେଷ୍ଟା ବାନାମ୍ବର ସେଠୀ, ଶୈଳଜାଶଙ୍କର ସାମଲ, ସାମ୍ବାଦିକ ମଦନ ମୋହନ ସ୍ୱାଇଁ, ବୀରବର ରାଉତ, କବି ଅମର ପ୍ରସାଦ ରାଉତ, ଗଗନ ବିହାରୀ ଜେନା, ରେଣୁବାଳା ସାହୁ, ପ୍ରାକ୍ତନ ସରପଞ୍ଚ କଲ୍ୟାଣୀ ବୋଷ ପ୍ରମୁଖ ସ୍ୱର୍ଗତ ମଜୁମଦାର ଜଣେ ସଫଳ ଚିକିତ୍ସକ ରୂପେ କେନ୍ଦ୍ରାପଡା ଓ ବରୀ ବ୍ଲକର ହଜାର ହଜାର ଲୋକଙ୍କର ହୃଦୟରେ ସ୍ଥାନ ପାଇପାରିଛନ୍ତି ବୋଲି ମତବ୍ୟକ୍ତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାକୁ ସଂସଦର ବରିଷ୍ଠ ସଦସ୍ୟ ରାମନାରାୟଣ ସିଂହ, ବେଣୁଧର ନାୟକ, ପ୍ରକାଶ କୁମାର ଜେନା, ଜ୍ଞାନେନ୍ଦ୍ର କୁମାର ବାରିକ, ବିଜୟ କୁମାର ଜେନା, କୁଳମଣି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ସଂସଦର ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନା ସ୍ୱର୍ଗତ ମଜୁମଦାରଙ୍କ ସ୍ମୃତି ଉଦେଶ୍ୟରେ ଏକ ଶୋକବାର୍ତ୍ତା ପଠାଇଥିଲେ । ଶେଷରେ ସଂସଦର ସଂଗଠନ ସମ୍ପାଦକ ନିକେତନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ