ସଫେଇ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ୱାର୍ଡ଼ ନମ୍ବର ୩୬ ୱାର୍ଡ଼ କମିଟି ତରଫରୁ ସଫେଇ କର୍ମଚାରୀମାନଙ୍କୁ ଶୀତଋତୁ ଓ କୋଭିଡ଼ ପାଇଁ କମ୍ବଳ ବଣ୍ଟନ କରାଯାଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା ନାଟ୍ୟକାର, ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଶଙ୍କର ପ୍ରଧାନ ଓ ଶ୍ରୀ ପ୍ରଜ୍ଞାରଞ୍ଜନ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫେଇ କର୍ମଚାରୀମାନଙ୍କୁ କମ୍ବଳ ବଣ୍ଟନ କରି ସମ୍ମାନିତ କରିଥିଲେ । ମହାମାରୀ କୋଭଡ଼ି ସମୟରେ ସଫେଇ କର୍ମଚାରୀମାନେ ଦିନରାତି ଏକ କରି, ନିଜ ପରିବାରକୁ ଛାଡ଼ି, ଯେଉଁ କାର୍ଯ୍ୟ କରୁଥିଲେ, ସେହି ସମୟରେ ଆମେ ସମସ୍ତେ ଘରେ ଗୃହବନ୍ଦୀ ହୋଇ ରହିଥିଲେ । ପ୍ରକୃତରେ ସେହି ସଫେଇ କର୍ମଚାରୀ ହେଉଛନ୍ତି ‘କରୋନା ଯୋଦ୍ଧା’ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ସରେନ ସାହୁ, ୱାର୍ଡ଼ ସଭାପତି ଶ୍ରୀ ଶିବ ସୁଆର, ସମ୍ପାଦକ ଏସ୍.କେ. ତସ୍ବୀର, ସଭ୍ୟ ରାମଚନ୍ଦ୍ର ପଣ୍ଡା, ଏସ୍.କେ. ମେହବୁବ୍, ରଞ୍ଜନ ଓ ସଞ୍ଜୟ, ସଚେତକ ଗୀତା ଓ ମିତା, କବିତା, କଳ୍ପନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ୱାର୍ଡ଼ ସଭାପତି ଶିବ ସୁଆର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।