ସଫେଇ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ଟିମ୍ ସ୍ପେଡିଂ ସ୍ମାଇଲ ଅନୁଷ୍ଠାନ ପକ୍ଷରୁ ଛତ୍ରପୁର କ୍ୟୁୟର୍ଷ ଅନୁଷ୍ଠାନର ସହ ଯୋଗରେ ସହରର ୪୦ ଜଣ ସଫେଇ ଶ୍ରମିକଙ୍କୁ ମାଗଣା କମ୍ବଳ ବଣ୍ଟନ କରାଯାଇଥୀଲା । ଏହା ସହ ଉନ୍ନତ ପରିମଳ ଓ ପରିବେଶ ସଚେତନତା କରାଯାଇଥିଲା । ସ୍ମାଇଲ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ମହାପାତ୍ର, ସସ୍ମିତା ସାହୁ, ପ୍ରାଚୀ ପରିଚିତା ଜେନା, ସୀମା ଚୌଧୂରୀ, ଆକାଶ ସାହୁ, ବିଷ୍ଣୁ ପ୍ରିୟା ପାଢୀ, ସୂର୍ଯ୍ୟ ନାରାୟଣ ବିଶୋଇ, ଶୈଳବାଳା ମହାନ୍ତି, ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାମାଜିକ କର୍ମୀ ଅରୁଣ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।