ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରସିଲେ ବିଧାୟକ, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲର ମାନେ
ଛତ୍ରପୁର, (ଦେବଦତ୍ତ ମହାରଣା):ସଫେଇ କର୍ମଚାରୀମାନେ ରାତ୍ର ଓ ଦିନ କାମ କରି ଛତ୍ରପୁର ସହରକୁ ସଫା ସୁତରା କରୁଛନ୍ତି । ଏହି ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଛତ୍ରପୁର ଏନଏସି ପକ୍ଷରୁ ଏକ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ସମସ୍ତ କାଉନସିଲର ମାନେ ଯୋଗ ଦେଇ ସଫେଇ କର୍ମଚାରୀ ମାନଙ୍କୁ ଖାଦ୍ୟ ପରସିଥିଲେ । ଏହା ସହିତ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।