ସଫେଇ ପରେ କେନାଲ ପାଣି ଛଡ଼ା ଗଲା ,ଚାଷୀ ଆନନ୍ଦିତ

ନିମାପଡ଼ା, (ସନ୍ତୋଷ ଦାଶ):ଚଳିତବର୍ଷ ମୌସୁମୀ ର ଲୁଚକାଳି ଖେଳ ଯୋଗୁଁ ବର୍ଷା ଅଭାବ ଲାଗିରହିଛି ।ଫଳରେ ଚାଷ କାର୍ଯ୍ୟ ପଛାଇ ଯାଇଛି ।ଚାଷୀ ଚିନ୍ତାରେ ଥିବା ବେଳେ କେନାଲ ରେ ପାଣି ଛଡ଼ା ଯିବା ଲାଗି ଚାଷୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା ।ଚାଷୀ ମାନଙ୍କ ଦାବି କୁ ଗୁରୁତ୍ବ ଦେଇ ପ୍ରାଚୀ ଡିଭିଜନ ନିଆଳି ସବ୍ ଡିଭିଜନ ର ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ସୁଧାକର ମଲ୍ଲିକ ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ଗୋପ ମୁଖ୍ୟ କେନାଲ ରୁ ବାହାରି ଥିବା କୁଣ୍ଢେଇ ଡିଷ୍ଟ୍ରିବ୍ୟୁଟାରି ଓ ତାର ଶାଖା କେନାଲ ଗୁଡ଼ିକ ସଫେଇ କାର୍ଯ୍ୟ ସାରି କେନାଲ ରେ ପାଣି ଛାଡ଼ିଛନ୍ତି ।ଦୀର୍ଘ ଦିନ ହେବ କେନାଲ ଗୁଡିକରେ ଅନାବନା ଘାସ ଓ କଟକୀ ଦଳରେ ପୂର୍ଣ୍ଣ ହୋଇଥିଲା ।ଫଳରେ ଜଳ ପ୍ରବାହରେ ବାଧା ସୃଷ୍ଟି କରିଥାନ୍ତା ।ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ସୁଧାକର ମଲ୍ଲିକ ବାହାରଣା, ଓଟର ସେକ୍ସନ ପ୍ରଭୁତି କେନାଲ ପରିଦର୍ଶନ କରି ପାଣି ପଞ୍ଚାୟତ ମାଧ୍ୟମରେ ହୋଇଥିବା କେନାଲ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ସରିଥିବା ଦେଖି ଖୁସି ହୋଇଥିଲେ । କେନାଲ ଗୁଡ଼ିକ ରେ ପାଣି ଛଡା ଯାଇଥିବାରୁ ଚାଷୀ କୂଳ ଆନନ୍ଦିତ ହେବା ସହ ଶ୍ରୀ ମଲ୍ଲିକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଏବେ ଚାଷୀ ମାନେ ଚାଷ କାର୍ଯ୍ୟ ଜୋର୍ ସୋର୍ ରେ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ