ସଫେଇ ସ୍ୱଚ୍ଛତାର ବାର୍ତ୍ତା ଦେଲେ ଜିଲ୍ଲାପାଳ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ସମୁଦ୍ର ବେଳାଭୁମି ସଫେଇ କରିବା ପାଇଁ ସୋମବାର ଠାରୁ ଆରମ୍ଭ ହୋଇଛି ଅଭିଯାନ । ଏହି ସ୍ୱଚ୍ଛତା ସଫେଇ ଓ ସ୍ୱଚ୍ଛତା ଅଭିଯାନ ୧ ସପ୍ତାହ ବ୍ୟାପି ଚାଲୁରଖିବାକୁ ନିଷ୍ପତି ହୋଇଥିବା ବେଳେ ୍‌ପ୍ରଥମ ଦିନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଲାଉ ସାହେବ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସୁନାପୁର ବେଳାଭୂମି ସଫେଇସ୍ଵଛତା ପାଇଁ ବାର୍ତାଦେଲେ ଜିଲ୍ଳାପାଳଞ୍ଚ
ସୁନାପୁର ବେଳାଭୂମି ଏକ ପର‌୍ୟ୍ୟଟନ ସ୍ଥଳୀ ହୋଇଥିବାରୁ ପ୍ଲାଷ୍ଟିକ ବ୍ୟବହାର ନକରିବା ଓ ପର‌୍ୟ୍ୟଟକ ମାନେ ବେଳାଭୂମି ଉପଭୋଗ କରି ଅଳିଆକୁ ନିର୍ଦ୍ଧାରିତ କୁଣ୍ଡରେ ପକାଇବା ପାଇଁ ପରାମର୍ଶ ଦେଇଥିଲେ।ଏହି କାର‌୍ୟ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀ ଡ଼.ସନାତନ ପଣ୍ଡା, ବିଇଓ କୋରେଶ ସେଠି,ସ୍ଥାନୀୟ ସରପଞ୍ଚ, ଏବିଇଓ,ବିଡ଼ିଓ,ସିଡିପିଓ ସିଆରସିସି ରହି ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ନିର୍ମଳ ରହିବା ଓ ସ୍ୱଚ୍ଛତା ର ବାର୍ତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ