ସବଜର୍ଜ ଭାବେ ସଙ୍ଗୀତା ମଲ୍ଲିକ ଯୋଗଦେଲେ ଓକିଲ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ନ୍ୟାୟାଳୟରେ ସବଜର୍ଜ ଭାବେ ସଙ୍ଗୀତା ମଲ୍ଲିକ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ଓକିଲ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ପ୍ରକୋଷ୍ଠ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବି ନିର୍ମଳ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ସବଜର୍ଜ ସଙ୍ଗୀତା ମଲ୍ଲିକକୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜେଏମଏଫସି ବିଚାରପତି ବନଜା ମହାନ୍ତି, ଓକିଲ ସଂଘ ସଭାପତି ମୁକ୍ତିରାମ ସାବତ, ଉପସଭାପତି ଜଗତ ମୋହନ ସାହୁ, ସମ୍ପାଦକ ଶିଵରାମ ପଣ୍ଡା, ଦ୍ବିତୀକୃଷ୍ଣ ସାବତ, ରାମଚନ୍ଦ୍ର ମହାପାତ୍ର, ପ୍ରମୋଦ ଦଳାଇ, ନିରଞ୍ଜନ ସାହୁ, ଟୁନା ସେଠି, ସୁଶାନ୍ତ ପାଣିଗ୍ରାହୀ, ଚିତ୍ତରଞ୍ଜନ ମହାରଣାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ