ସବଜେଲକୁ ପରିଦର୍ଶନ କଲେ ଜିଲ୍ଲା ଜଜ୍ , ଜିଲ୍ଲାପାଳ ଓ ଏସପି

ଛତ୍ରପୁର, (ଦେବଦତ୍ତ ମହାରଣା) : ସବ ଜେଲ କୁ ଜିଲ୍ଲା ଜେଜ୍ ଶଶିକାନ୍ତ ମିଶ୍ର ଶୁକ୍ରୁବାର ଅଚାନକ ପରିଦର୍ଶନ କରି ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି । ଅନ୍ତେବାସୀଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ଆଇନଗତ ସମସ୍ୟା ଉପରେ ମଧ୍ୟ ପଚାରିଥିଲେ ଜିଲ୍ଲା ଜଜ୍ । ଏହା ସହ ଜିଲ୍ଲା ପ୍ରଶାସନର ସହଯୋଗରେ ସବ ଜେଲରେ ରହିଥିବା ଅନ୍ତେବାସୀ ତଥା ମଲାଡ ଅଂଚଳର ଆର .ଚିତ୍ତରଞ୍ଜନ କରିଥିବା ବିଭିନ୍ନ ଚିତ୍ର କଳା କୁ ଜିଲ୍ଲା ଜଜ୍ ଦେଖିବା ସହ ଏହି ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିଛନ୍ତି । ଆର୍ .ଚିତ୍ତରଞ୍ଜନ ୨୦୧୭ ଜାନୁଆରୀ ମାସର ଏକ ବଳାତ୍କାର ମାମଲାରେ ଛତ୍ରପୁର ସବଜେଲକୁ ଆସିଥିବା ବେଳେ ଜେଲ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ସହ ଯୋଗରେ ମିଶନ୍ ଶକ୍ତି ମା ମାନଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ରଖିବା ନିମନ୍ତେ ମାଟି ହାଣ୍ଡିରେ ସୁନ୍ଦର ଚିତ୍ର କଳା କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଜିଲ୍ଲା ଜଜ୍ ଙ୍କ ପରିଦର୍ଶନ ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏ, ଛତ୍ରପୁର ସବଜେଲର ଅଧିକ୍ଷକ ଶୁଭସ୍ମିତା ବିଶ୍ୱାଳଙ୍କ ସମେତ ଜେଲ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ସବ ଜେଲରେ ଶୁକ୍ରୁବାର ସୁଦ୍ଧା ୧୭୨ ଜଣ ଅନ୍ତେବାସୀ ରହିଥିବା ବେଳେ ସେଥି ମଧ୍ୟରୁ ୬ ଜଣ ମହିଳା ଅନ୍ତେବାସୀ ରହିଛନ୍ତି । ପରେ ଜିଲ୍ଲା ଦୌରା ଜଜ୍ ଛତ୍ରପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଥିଲେ । ସେଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜା ରଞ୍ଜନ ପାଢୀ ଓ ଅନ୍ୟ ବିଚାରପତି ମାନଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ