ସବର୍ଣ୍ଣ-ଅସବର୍ଣ୍ଣ ଗଣ୍ଡଗୋଳ: ଉଭୟ ପକ୍ଷଙ୍କ ଥାନାରେ ଏତଲା

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଧିନ ରାମଚନ୍ଦ୍ରପୁରର ଦୁର୍ଗାବଜାରରେ ଟିଭି ମରାମତି ଦୋକାନ କରିଥିବା ପ୍ରଶାନ୍ତ(ଟୁକୁନା) ପରମଗୁରୁଙ୍କ ଅଭିଯୋଗକ୍ରମେ ସେହିଗ୍ରାମର ଦଳିତସାହିର ଦୁଃଶାସନ ନାଏକଙ୍କ ପୁଅ ମନୋଜ କିଛିଦିନ ତଳେ ପ୍ରଶାନ୍ତଙ୍କ ଦୋକାନରୁ ଏକ ଟିଭି ରିମୋଟ୍ ବାକିରେ ନେଇଥିଲେ । ଦିର୍ଘଦିନ ଧରି ପଇସା ନଦେବାରୁ ମଙ୍ଗଳବାର ମନୋଜ ଦୋକାନକୁ ଯାଇଥିବାବେଳେ ପ୍ରଶାନ୍ତ ବାକି ପଇସା ମାଗିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ମନୋଜ ପଇସା ସେ ବହୁଦିନତଳୁ ଦେଇଛନ୍ତି ବୋଲି ଯୁକ୍ତି କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବାକି ରଖିଥିବା ମନୋଜ ପ୍ରଶାନ୍ତକୁ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏ ନେଇ ବୋଲଗଡ ପୁଲିସ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ମନୋଜଙ୍କ ମା’ ସଞ୍ଜୁ ଦେଇ ପାଲଟା ଅଭିଯୋଗ କରି ତାଙ୍କ ପୁଅ ମନୋଜକୁ ଦୋକାନି ଟୁକୁନା ପରମଗୁରୁ, ଟୁଲୁ ନାୟକ,ମାଗି ସାହୁ, ବବି ସାହୁ, ଜିତୁ ସାହୁ, ଅଜୁ ଦଳାଇ, ବେଣୁ ଜେନା,ସିରିଆ ପ୍ରଧାନ, ରାଜା କହଲସିଂହ ଓ କରୁଣା ବଳିୟାରସିଂହଙ୍କ ସମେତ ୧୭ଜଣ ମିଶି ଗାଳି ଗୁଲଜ କରିବା ସହିତ ଲୁହାରଡ଼ରେ ବାଡେଇଥିବା ଓ ତାଙ୍କୁ ଜାତିଗତ ଆକ୍ଷେପ କରି ଘର ପୋଡି ଦେବାର ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ଏନେଇ ଅନ୍ୟ ଏକ ମାମଲା ରୁଜୁ କରି ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଆସିଥିଲେ ମଧ୍ୟ ଘଟଣାରେ କାହାରିକୁ ଗିରଫ କରିନଥିବା ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ