ସବର୍ଣ୍ଣ କେଉଟ, କୈବର୍ତ୍ତ, ଧୀବର ଜାତିକୁ ଏସ୍ସି ତାଲିକାରୁ ହଟାଯାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳିଙ୍ଗ ବୁଦ୍ଧ ବିହାର ସଭାଗୃହରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ଓଡ଼ିଶା ତରଫରୁ ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯୁଗ ଯୁଗ ଧରି ଅବହେଳିତ, ଲାଞ୍ôଛତ ଓ ଶୋଷଣର ଶିକାର ହେଉଥିବା ଅସ୍ପୃଶ୍ୟ ଜାତିମାନଙ୍କୁ ଦେଶର ଉନ୍ନତିର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସେମାନଙ୍କ ପାଇଁ ଅନୁସୂଚିତ ଜାତି ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ସଂରକ୍ଷଣର ସିଂହଭାଗ ସବର୍ଣ୍ଣ ଜାତିମାନେ ହଡପ କରି ନେଇଛନ୍ତି । ଉଦାହରଣସ୍ୱରୂପ ସବର୍ଣ୍ଣ, କେଉଟ, କୈବର୍ତ୍ତ, ଧୀବର ଜାତିମାନେ କଣ୍ଡରା ଓ ଗୋଖାମାନଙ୍କ ବେଉଷା ମାଛଧରାକୁ ଆଧାର କରି ଏହାକୁ ଆରମ୍ଭ ହେବା ଦିନଠାରୁ ହଡ଼ପ କରି ଚାଲିଥିଲେ । ପରେ ଧରା ପଡ଼ିବାରୁ ସେମାନେ ଦେଓର ନାମକ ଯାଯାବର କେଳା ଜାତିଙ୍କ ନାମରେ ପ୍ରମାଣ ପତ୍ର ହାସଲ କରି ପ୍ରାୟ ୮୦ ଭାଗ ସଂରକ୍ଷଣ ହଡ଼ପ କରିଛନ୍ତି । ଏହାକୁ ବିରୋଧ ହେବା ପରେ ଏମାନେ ୨୦୦୨ ମସିହାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଚଞ୍ଚକତାପୂର୍ଣ୍ଣ ଗଳାବାଟ ଦେଇ ଓଡ଼ିଶା ଏସ୍ସି ତାଲିକାକୁ ପଶିଆସିଲେ ଏବଂ ସିଂହଭାଗ ଏସ୍ସି ସଂରକ୍ଷଣ ସେହିମାନଙ୍କ ହାତକୁ ଯାଉଛି । ଓଡ଼ିଶାର ୮୦ ଲକ୍ଷ ଅସ୍ପୃଶ୍ୟ ଦଳିତ ଏହା ବିରୁଦ୍ଧରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁଁ ସେମାନଙ୍କୁ ତାଲିକାରୁ ହଟାଯାଇ ପାରୁନାହିଁ । ଏଣୁ ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି ତରଫରୁ ଆପଣମାନଙ୍କୁ ଜଣାଇ ଦିଆଯାଉଛି କି, ଓଡ଼ିଶା ସରକାର ଯଦି ଏମାନଙ୍କୁ ହଟାଇବା ପାଇଁ ସୁପାରିଶ ନ କରନ୍ତି ଓ କେନ୍ଦ୍ର ସରକାର ବିହିତ ବ୍ୟବସ୍ଥା ନ କରନ୍ତି, ତାହେଲେ ଏମାନେ ଏହି ସରକାରଙ୍କୁ ବର୍ଜନ କରିବେ । ସଂସ୍ଥା ତରଫରୁ ଦାବି କରାଯାଇଛି କି, କେଉଟ, କୈବର୍ତ୍ତ, ଧୀବର ଜାତିକୁ ହଟାଯିବା ସହିତ ଓଡ଼ିଶା ସରକାର ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥା କରନ୍ତୁ ଓ ସଂରକ୍ଷଣ ପାଇବାକୁ ହକ୍ଦାର ଥିବା ମେହେନ୍ତର, କଣ୍ଡରା ବୈଷ୍ଣବ, ପାଣ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଏମାନଙ୍କୁ ସ୍ଥାନିତ କରନ୍ତୁ । ଏହା ସହିତ ‘ସଅର’ ଜାତିକୁ ଓଡ଼ିଶା ଜନଜାତି ତାଲିକାରେ ସ୍ଥାନିତ କରିବା ନିମିତ୍ତ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ଆମ୍ବେଦକର ଛକ (ଏଜି ଛକ)ଠାରେ ଆମ୍ବେଦକର ଭବନ ନିର୍ମାଣ କରିବାର ବ୍ୟବସ୍ଥା କରନ୍ତୁ । ନଚେତ ଓଡ଼ିଶାର ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଦଳିତ ଓ ୧ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀମାନେ ରାଜରାସ୍ତାକୁ ହହ୍ଲାଇବା ପାଇଁ ବାଧ୍ୟ ହେବେ ଓ ଏଥିପାଇଁ ସରକାର ଦାୟୀ ରହିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ବିଧାୟକ ତାପସ ଦାସ, ଯୁବନେତା ବିଦ୍ୟାଧର ଦେହୁରୀ, ସଂଗଠନର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର, ଗୋପାଳ ଗୌତମ, ଆଡ଼ଭୋକେଟ ଏନ୍. ଦେବକୁମାର ପ୍ରମୁଖ ସହଯୋଗ କହିଥିଲେ ।


