ସବସିଡ ନମିଳିବା ପ୍ରତିବାଦରେ ପଶୁଚିକିତ୍ସା ଗାଡିକୁ ଢ଼େଲା ମାଡ

ହାଟଡ଼ିହି,:ଜଣେ ମହିଳାଙ୍କ ସବସିଡ ଟଙ୍କା ନମିଳିବା ପ୍ରତିବାଦରେ ମରୈଗାଁ ପଶୁଚିକିତ୍ସାଳୟରେ ପସି ପାଟିତୁଣ୍ଡ କରିବା ସହିତ ଭ୍ରାମ୍ୟମାଣ ପଶୁଚିକିତ୍ସା ଗାଡିକୁ ଢ଼େଲା ମାଡ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଚୋରଗଡିଆ ଗ୍ରାମର ଜଣେ ମହିଳା ଗତକାଲି ମରୈଗାଁ ସ୍ଥିତ ପଶୁଚିକିତ୍ସାଳୟକୁ ଯାଇ କାହିଁଁକି ମୋର ସବସିଡ ମିଳିଲାନାହିଁଁ ବୋଲି ପଶୁଚିକିତ୍ସା ଅଧିକାରୀଙ୍କୁ ପଚାରିଥିଲା । ପଶୁଚିକିତ୍ସା ଅଧିକାରୀ ଜଣକ ସବସିଡ ପଠାଇବା କାମ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କର ସେ ବାବଦରେ ମୁଁ କିଛି ଜାଣି ନାହିଁଁ ବୋଲି କହିବାରୁ ମହିଳା ଜଣକ ପାଟିତୁଣ୍ଡ କରିବା ସହିତ ସମ୍ମୁଖରେ ଥିବା ଭ୍ରାମ୍ୟମାଣ ଗାଡି ଉପରକୁ ଢ଼େଲା ମାଡ କରିବାରୁ ଗାଡିର କାଚ ଭାଙ୍ଗିରୁଜି ଯାଇଛି । ଥାନା ଠାରୁ ମାତ୍ର ୧୦ମିଟର ଦୁରରେ ଏପରି କାଣ୍ଡ ଘଟୁଥିଲେ ମଧ୍ୟ ପୁଲିସ ନୀରବଦ୍ରଷ୍ଟା ସାଜିଥିଲା । ଏନେଇ ପଶୁଚିକିତ୍ସିକ ଭାଗବତ ଘୋଷ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନାହିଁଁ ବୋଲି ପଶୁଚିକିତ୍ସକ କହିଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ