ସବୁଜିମା ପାଇଁ ଅଣ୍ଟାଭିଡ଼ିଲେ ଚିତ୍ରଶିଳ୍ପୀଚିତ୍ରଶିଳ୍ପୀଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିଲା ଗଛ

ଭୁବନେଶ୍ୱର,:(ଯୁଗାବ୍ଦ ନ୍ୟୁଜ୍) ସାମୁଦ୍ରିକ ଝଡ଼ ‘ଫନି’ ମାଡ଼ରେ ସ୍ୱାର୍ଟନଗରୀ ଭୁବନେଶ୍ୱରରେ ଉଜୁଡ଼ି ଯାଇଥିବା ସବୁଜିମା ଫେରାଇବାକୁ ବିଭିନ୍ନ ସ୍ତରରେ ଅହରହ ଉଦ୍ୟମ ଜାରି ରହିଛି । ସାମାଜିକ ଅନୁଷ୍ଠାନ, ଯୁବ ସଂଗଠନ, ବ୍ୟକ୍ତିବିଶେଷ, ପ୍ରକୃତିପ୍ରେମୀ ସବୁଜିମା ପାଇଁ ଦିନରାତି ପ୍ରୟାସ ଜାରି ରଖିଛନ୍ତି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ହେତୁ ପ୍ରକୃତି ଜଟିଳ ରୂପ ଧାରଣ କରୁଛି । ଲୋକେ ଦିନକୁ ଦିନ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି । ଉପକୂଳରେ ବାତ୍ୟାକୁ ପ୍ରତିରୋଧ କରିବାକୁ ବ୍ୟାପକ ବନୀକରଣ ଆବଶ୍ୟକତା ରହିଛି । ଏସବୁକୁ ଉପଲବ୍ଧି କରି ବନୀକରଣ ପାଇଁ ଆଗେଇ ଆସଛି ସାମାଜିକ ଅନୁଷ୍ଠାନ ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ । ଫାଉଣ୍ଡେସନ୍ ପକ୍ଷରୁ ଜାତୀୟ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଧଉଳି ଶାନ୍ତିସ୍ତୁପର ପାଦ ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ୍ର ଆହ୍ୱାନ କ୍ରମେ ଧଉଳି ପାଦଦେଶରେ ଥିବା ଧଉଳି ·ରୁକଳା ମହାବିଦ୍ୟାଳୟର ଚିତ୍ରଶିଳ୍ପୀମାନେ ଏଥିରେ ସାମିଲ୍ ହୋଇ ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡ଼ିବା ସହ ଗଛ ସହ ସମ୍ପର୍କ ଯୋଡ଼ିଛନ୍ତି । ସୂଚନାଯୋଗ୍ୟ ମହାବିଦ୍ୟାଳୟକୁ ସଂଲଗ୍ନ ହୋଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ କୃଷ୍ଣଚୂଡ଼ା ଗଛ ଧାଡି ଧାଡ଼ି କରି ଶିଳ୍ପୀ ଓ ଫାଉଣ୍ଡେସନ୍ର ସ୍ୱେଚ୍ଛାସେବୀମାନେ ଲଗାଇଥିଲେ । ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ବାଉଁଶ ପାତିଆ ଓ ଜରିବସ୍ତାରେ ଗଛ ·ରିପଟେ ବାଡ଼ ଶିଳ୍ପୀମାନେ ତିଆରି କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ ସ୍ୱେଚ୍ଛାସେବୀ ଅଙ୍କିତ ପଟ୍ଟନାୟକ, ମନୋଜ ପ୍ରଧାନ, ପୂର୍ଣ୍ଣିମା ପ୍ରଧାନ, ଦୀପକ ଚୌଧୁରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସାଧାରଣ ସମ୍ପାଦକ ମିହିରକାନ୍ତ ପ୍ରହରାଜ, ନେତାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହାକାଳପଡ଼ାର ପ୍ରଧାନଶିକ୍ଷକ ଅପୂର୍ବ କୁମାର ରାଉତ, ସ୍ୱେଚ୍ଛାସେବୀ ତ୍ରିଲୋଚନ ବେଉରା ପ୍ରମୁଖ ସାମିଲ୍ ହୋଇ ଗୋଟିଏ ଗୋଟିଏ ଗଛ ଲଗାଇ ବୃକ୍ଷର ଉପକାରିତା ସମ୍ପର୍କରେ ଶିଳ୍ପୀମାନଙ୍କୁ ସଚେତନତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ