ସବୁଜ କବି ଚତୁର୍ଭୁଜ ପହିଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) ଫକିରପୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସବୁଜ କବି ଚତୁର୍ଭୁଜ ପହିଙ୍କୁ ବିଶିଷ୍ଟ କବି ଓ ଆଦର୍ଶ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ରଳ ପ୍ରସଙ୍ଗର ପୁର୍ବତନ ସମ୍ପାଦକ ହୁସେନରବି ଗାନ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପହିଙ୍କୁ ମାନପତ୍ର, ଉପଢେ଼øକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ନାଗାତୋଟା ଗ୍ରାମର ଶ୍ରୀଯୁକ୍ତ ଚତୁର୍ଭୁଜ ପହି ବର୍ତ୍ତମାନ ଆନନ୍ଦପୁର ବ୍ଲକର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ । ସେ ନିଜ କବିତାର ଚାତୁର୍ଯ୍ୟ ଓ ପଦଲାଳିତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବାବେଳେ କବିତା ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେବାରେ ଜଣେ ଆଗଧାଡିର କବି ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା । ତାଙ୍କ ଉଦ୍ୟମରେ ସାହିତ୍ୟ ପତ୍ରିକା ‘ସମ୍ଭାବନା’କୁ ପ୍ରକାଶ କରି ସେ ହାଟଡିହି, ବନ୍ତ ଓ ଆନନ୍ଦପୁର ଅଞ୍ଚଳରେ ସାହିତି୍ୟକ ଆଲେଖ୍ୟ ସୃଷ୍ଟି କରିପାରିଛନ୍ତି । ସେ ପୁର୍ବରୁ ଜୟଦେବ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସବୁଜ କବି ଭାବେ ସମ୍ବର୍ଦ୍ଧିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ନଳାଙ୍ଗ ସ୍ମୃତି ସଂସଦ, ପଦ୍ମଲୋଚନ ପାଠାଗାର ସୋର, ମୟୁରଭଞ୍ଜ କବିପ୍ରତିଭା ସମ୍ମାନ, ଆଗରପଡା ଚିନ୍ତା ଚେତନା ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ । ଆଜିର ଏହି ସମ୍ବର୍ଦ୍ଧନା ପାଇବାପରେ ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ କବି ଅନ୍ତର୍ଯ୍ୟାମୀ ରାଉତ, ରତ୍ନାକର ଦାସ, ଶ୍ରୀକାନ୍ତ ପଟ୍ଟନାୟକ, କିଶୋର ଆଚାର୍ଯ୍ୟ, ବିଜୟ କୁମାର ଜେନା, ନାରାୟଣ ସାହୁ, ବାଇଧର ମୁନୀ, ନିତ୍ୟାନନ୍ଦ ବେହେରା, ଗୋବିନ୍ଦ ପାଣିଗ୍ରାହୀ, ହାସ୍ୟମୟୀ ରାଜ, ସୁରେନ୍ଦ୍ର କୁମାର ପରିଡା ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।