ସବୁଜ ପତ୍ରିକାଧାରୀଙ୍କୁ ପ୍ରତାରଣା ଓ ବିଭ୍ରାନ୍ତି କରିବା ବିଜେଡ଼ି ସରକାର ପାଇଁ ମହଙ୍ଗା ହେବ

ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ସବୁଜ ପତ୍ରିକାଧାରୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ଓ ନିଯୁକ୍ତିରେ ଅଗ୍ରାଧିକାର ଦେବାକୁ ୧୯୯୩ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଓ ତାହାକୁ ସଫଳ ରୂପାୟନ ଦେବା ପାଇଁ ୧୯୯୮ ମସିହାରେ ବିଜୁ ଜନତା ଦଳର ପ୍ରଥମ ନିର୍ବାଚନୀ ଇସ୍ତାହାର ପୁସ୍ତକ ୬ ପୃଷ୍ଠାର କ୍ରମିକ ନମ୍ବର ୮ରେ ସବୁଜ ପତ୍ରିକାଧାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗ ପ୍ରଦାନ ପାଇଁ ଉଲ୍ଲେଖ କରାଯାଇଥିଲା । ଏହା ଆଜି ପର୍ଯ୍ୟନ୍ତ ଏକ ନିର୍ବାଚନୀ ପ୍ରତାରଣା ଭଳି କଳଙ୍କିତ ହୋଇ ରହିଛି । ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ବାଚନୀ ଇସ୍ତାହାର ସମସ୍ତ ଦାବି ପୂରଣ କରିସାରିଛନ୍ତି ବୋଲି କହିବା ଏକ ଲଜ୍ଜାକର ବିଷୟ । କିନ୍ତୁ ଏହି ଦଳ ଦୀର୍ଘ ୧୮ବର୍ଷ କାଳ ରାଜ୍ୟ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟର ୯୮ଭାଗ ଅଣ କର୍ମ·ରୀ ସବୁଜ ପତ୍ରିକାଧାରୀ ପରିବାରଙ୍କୁ ଏପର୍ଯ୍ୟନ୍ତ କୌଣସି ସୁବିଧା ସୁଯୋଗ ପ୍ରଦାନ ଦେଇପାରିଲେ ନାହିଁ । ତେଣୁ ଓଡ଼ିଶା ମାନବିକ କମିଶନର ତା ୧୯.୩.୨୦୦୭ରିଖ ଦିନ ରାଜ୍ୟ ସରକାରଙ୍କ ନିକଟକୁ ସୁପାରିଶ କରିଥିବା ୨୩ ପୃଷ୍ଠା ସମ୍ବଳିତ ଶେଷ ଶୁଣାଣୀର ୧୪ ପୃଷ୍ଠା ମତାମତକୁ ଆଧାର କରି ସମ୍ବିଧାନ ୧୪ ଧାରା ମୁତାବକ ଅଣକର୍ମ·ରୀ ସବୁଜ ପତ୍ରିକାଧାରୀମାନଙ୍କୁ ୭୫୦ଟଙ୍କା ଆର୍ଥିକ ପ୍ରୋତ୍ସାହନ ଭତ୍ତା, ସହରାଞ୍ଚଳରେ ଘରଡ଼ିହହୀନ ପରିବାରକୁ ୪୦ ଡ଼ିସିମ୍ିଲ୍ ଓ ଗ୍ରାମାଞ୍ଚଳରେ ଘରଡ଼ିହହୀନ ସବୁଜ ପତ୍ରିକାଧାରୀମାନଙ୍କୁ ୮୦ ଡ଼ିସିମିଲ୍ ଘରଡ଼ିହ ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ତରଫରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇ ଆସୁଛି । ଏହାପରେ ସବୁଜ ପତ୍ରିକାଧାରୀଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ତା ୧୫.୧୧.୨୦୧୮ ରିଖ ଦିନ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀ ଗଠନ କରିଥିଲେ । ମାତ୍ର ଏହି କମିଟି ଚଳିତ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇନଥିବାରୁ ରାଜ୍ୟ ପରିଷଦ ତରଫରୁ ଗତ ଫେବୃୟାରୀ ୧ ତାରିଖ ଠାରୁ ବିଧାନସଭା ସମ୍ମୁଖରେ ଦୀର୍ଘ ୩୫ ଦିନ ଧରି ଗଣଧାରଣା ·ଲୁ ରଖିଛି । ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷଙ୍କ ନିମନ୍ତ୍ରଣକ୍ରମେ ରାଜ୍ୟ ପରିଷଦର ୪ଜଣ ପ୍ରତିନିଧି ଗତ ୨.୨.୨୦୧୯ରିଖ ଦିନ ସଚିବାଳୟରେ କମିଟିର ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସଦସ୍ୟ ଅନ୍ୟତମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ସାକ୍ଷାତ୍ କରି ଦାବିଗୁଡ଼ିକର ଯଥାଯଥ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ୭ ଲକ୍ଷ ୨୯ ହଜାର ୩୬ ବୋଲି ରିପୋର୍ଟ ଦେଇଥିଲେ । ଏପରିକି ସରକାରୀ ଦଳରେ କିଛି ମନ୍ତ୍ରୀ, ବିଧାୟକ ମହିଳାମାନେ ଦୁଃଖ ଜଣାଇବାରେ ସେମାନଙ୍କ ପାଖକୁ ଯିବାରେ ବିଭିନ୍ନ ପ୍ରକାର ଅଶ୍ରାବ୍ୟ ଇଙ୍ଗିତର ଶିକାର ହୋଇଥିଲେ ମଧ୍ୟ ନିଜର ଦାବି ପାଇଁ ନୀରବ ରହିବା ଶ୍ରେୟ ମଣିଛନ୍ତି । ହେଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଏହା ଉପରେ କିଛି ବିଧିବଦ୍ଧ ନଜର ଦେଇନଥିବାରୁ ଓ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ଦିନକୁ ଦିନ କ୍ଷୋଭ ବଢିବାରେ ଲାଗିଛି । କିନ୍ତୁ ତା ୬.୩.୧୯ରିଖରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପରିବେଷଣ କରାଗଲା ଯେ, ସରକାରଙ୍କ ପାଖରେ ସବୁଜ ପତ୍ରିକାଧାରୀଙ୍କ ସଠିକ ତାଲିକା ନାହିଁ । ତେଣୁ ସରକାର ତାଲିକା ସଂଗ୍ରହ କରିବେ । ଏହା ଏକ ବିଭ୍ରାନ୍ତିକର ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ବାଦ । ସରକାର ଜନ୍ମ ନିୟନ୍ତ୍ରଣ କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପ·ର କରାଉଥିବା ବେଳେ ଅସ୍ତ୍ରୋପ·ରୀମାନଙ୍କୁ ସହାୟତା ଦେବା ପାଇଁ ଯେଉଁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି, ସେଥିପାଇଁ ସରକାର ଏକ ମହା ସଙ୍କଟ ଭିତରକୁ ଟାଣିହେବା ସୁନିଶ୍ଚିତ ବୋଲି ପରିଷଦର ସଂଗଠନ ସମ୍ପାଦକ ଅରୁଣ କୁମାର ସ୍ୱାଇଁ କହିଛନ୍ତି । ଏପରିକି ସାଧାରଣ ସମ୍ପାଦକ ଦେବରାଜ ନାୟକ ଦୃଢ କଣ୍ଠରେ କହିଛନ୍ତି ଯେ ଯଦି ଦରକାର ସବୁଜ ପତ୍ରିକାଧାରୀଙ୍କ ଦାବିକୁ ଗ୍ରହଣ କରି ଯଥାମାନ୍ୟ ପ୍ରଦାନ ନ କରନ୍ତି, ତେବେ ସେ ବିଜେଡ଼ି ଦଳିତ ସେଲ୍ର ଉପସଭାପତି ପଦରୁ ଇସ୍ତଫା ଦେବା ସହ ଦଳିତ ଭୋଟକୁ ସରକାର ବିରୋଧୀ ଭୋଟରେ ପରିଣତ କରିବାକୁ ମଧ୍ୟ କୁଣ୍ଠାବୋଧ କରିବେ ନାହିଁ । ଏଭଳି ପରିସ୍ଥିତିିରେ ସରକାର ସବୁଜ ପତ୍ରିକାଧାରୀଙ୍କ ଦାବିକୁ ପ୍ରାଥମିକତା ଦେବା ସହ ନିଜର ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ପ୍ରତ୍ୟେକ ଗାଁ ଗଣ୍ଡାରେ ବିରୋଧର ସାମ୍ନା କରିବାକୁ ପଡ଼ିବ ବୋଲି ମହିଳାମାନଙ୍କ ସ୍ୱର ତୀବ୍ର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ସରକାର କ’ଣ ସିଦ୍ଧାନ୍ତ ନେବେ ତାହା ସେମାନେ ଚିନ୍ତା କରିବା ଦରକାର । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକାମାନଙ୍କ ସହ ବ୍ଲକ, ପଞ୍ଚାୟତର କର୍ମକର୍ତ୍ତା ଯଥା ରାଧା ବାଗ, ରମା ମହାନନ୍ଦା, ଗୀତାଞ୍ଜଳି ସ୍ୱାଇଁ, ଦିବ୍ୟଲତା ରାଉତ, ସସ୍ମିତା ଲେଙ୍କା, କୁଞ୍ଜଲତା ମହାନ୍ତି, ନରେଶ ସାହୁ, ମିନାକ୍ଷୀ ସାହୁ, ବଳରାମ ମହାରଣା, ସସ୍ମିତା ମିଶ୍ର, ନାରାୟଣ ନାୟକ, ଉମା ମିଶ୍ରଙ୍କ ସମେତ ସହସ୍ରାଧିକ ସଭ୍ୟସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ