ସବୁଜ ଭାରତ ପକ୍ଷରୁ ଫୁଲ୍ୱାମା ସହିଦଙ୍କ ପାଇଁ ଦୀପଦାନ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ସବୁଜ ଭାରତ ତରଫରୁ ଫୁଲ୍ୱାମା ସହିଦଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ତଥା ଦୀପଦାନ କରାଯାଇଛି । ସବୁଜ ଭାରତର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମୂହ ଦୀପଦାନ ଉତ୍ସବରେ ସଂସ୍ଥା ଉପଦେଷ୍ଟା ଲକ୍ଷ୍ମୀକାନ୍ତ ପାଇକରାୟ, ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ, ପ୍ରସନ୍ନ ବିଷୋୟୀ, ହରିଜନ ସେବକ ସଂଘର ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, କଳ୍ପତରୁ ସେନାପତି, ସୁଜାତା ମଲ୍ଲିକ, ଅନୁପ ଦାସ, ଧର୍ମେନ୍ଦ୍ର, କୁମୁଦିନି ସାହୁ, ପୂଜାରାଣୀ ଲେଙ୍କା, ସରୋଜ ସାହୁ, ସଂଗ୍ରାମ ସ୍ୱାଇଁ, ପଙ୍କଜିନୀ ଦାସ ପ୍ରମୁଖ ଯୋଗଦେଇ ପାକିସ୍ତାନର ନୀତିକୁ ଘୋର ନିନ୍ଦା କରିବା ସହିତ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ । ଏଥିରେ ଗୋପିନାଥ ଯୁବକ ସଂଘର ଦୁଷ୍ମନ୍ତ କୁମାର ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ଡ. ନଳିନୀକାନ୍ତ ମିଶ. ବିଶ୍ୱଭୂଷଣ ହରିଚନ୍ଦନ ଓ ସଦସ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ