ସବୁଜ ଭାରତ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପରିବେଶକୁ ସୁରକ୍ଷା ଦେଲେ ପରିବେଶ ଆମକୁ ସୁରକ୍ଷା ଦେବ । କିନ୍ତୁ ମନୁଷ୍ୟଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀରେ ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଫନି ମହାବାତ୍ୟାରେ ବଳି ପଡ଼ିଥିବା ବୃକ୍ଷଲତା ଯୋଗୁଁ ଏହା ଆହୁରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁଜ ଭାରତ, ୟୁଏସ୍ଆଇ ଫାଉଣ୍ଡେସନ ଏବଂ ହରିଜନ ସେବକ ସଂଘର ମିଳିତ ସହଯୋଗରେ ଆଜି ବାଣିବିହାରର ଆଇନ୍ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁଏସ୍ଆଇ ଫାଉଣ୍ଡେସନର ଅଧ୍ୟକ୍ଷ ବନୋଜ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଆବାହକ ପ୍ରତୀକ୍ଷା ମିଶ୍ର, ସଂଯୋଜକ ଉପେନ୍ଦ୍ର ବେହେରା, ହରିଜନ ସେବକ ସଂଘର ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିବା ସହିତ ଆମ୍ବ, ନିମ୍ବ, ବଉଳ, ଡ଼ାଲଚିନି, କରଞ୍ଜ, ପେସ୍ତାବାଦାମ ଭଳି ୧୦୦ରୁ ଉଦ୍ଧ୍ୱର୍ •ରା ରୋପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଶ୍ମୀତା ମୁଖୀ, ଦେବାଶିଷ ଦାସ, ରଘୁନାଥ ମଣ୍ଡଳ, ସୁଜାତା ମଲ୍ଲିକ, ଲକ୍ଷ୍ମୀଧର ପାଇକରାୟ, ପ୍ରଭୁକୃପା ଜେନା, ଚନ୍ଦ୍ରମୋହନ ମୁର୍ମୁ, ସୁସ୍ମିତା ସାହୁ, ହରପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ