ସବୁଜ ଭାରତ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ସବୁଜ ଭାରତ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ୟୁନିଟ-୩ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା,ସମ୍ମାନୀତ ଅତିଥି ଭାବେ ଦୂରଦର୍ଶୀ ସଂପାଦକ ଦୁର୍ଗା ସାମନ୍ତରାୟ,ସମାଜସେବୀ ମଧୁସୁଦନ ଦାସ,ପୂଜ୍ୟପୂଜା ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଯୋଗଦେବା ସହିତ ପରିବେଶ ସୁରକ୍ଷା ସମସ୍ତଙ୍କ କର୍ତବ୍ୟ ଓ ଜରିକୁ ବର୍ଜନ କରି ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଆଜିର ପ୍ରାସଙ୍ଗିକତା ବୋଲି ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମସ୍ତେ ନିଜ ନିଜ ସ୍ତରରେ ପରିବେଶ ସନ୍ତୁଳନ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ଦେବଦାରୁ,ଲିମ୍ବ,ଆମ୍ବ,ଲିଚୁ,ଲେମ୍ବୁ ପ୍ରମୁଖ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସବୁଜ ଭାରତର ସାଥିମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ