ସବୁଜ ଭାରତ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ପରିବେଶ ସୁରକ୍ଷା ଭିତ୍ତିକ ଅନୁଷ୍ଠାନ ସବୁଜ ଭାରତ ଏବଂ ହରିଜନ ସେବକ ସଂଘର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ନଳିନୀଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିଜନ ସେବକ ସଂଘର ସମ୍ପାଦକ ଆର୍ଯ୍ୟଭଟ ମହାନ୍ତି , ପ୍ରିୟବ୍ରତ ମହାନ୍ତି , ନଳିନୀଦେବୀ ମହିଳା ମହାବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରବୀର ମହାନ୍ତି ସମ୍ମାନୀତ ଅତିଥୀ ଭାବେ ଯୋଗଦାନକରି ସମ୍ପ୍ରତି ମନୁଷ୍ୟ ଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ । ଗ୍ଲୋବାଲ ୱାର୍ମିଂର ପ୍ରଭାବ , ଜୈବ ବିବିଧତା , ଜଳସ୍ତର ହ୍ରାସ , ବିବର୍ତ୍ତମାନ ପରିବେଶ , ପର୍ଯ୍ୟମୁଖୀ ଜୀବଜଗତକୁ ଠେଲି ଦେଇଥିବା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନଳୀନି ଦେବୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି , ପ୍ରତିମା ଦାସ , ଗାୟତ୍ରୀ ମହାନ୍ତି , ସବିତା ନାୟକ , ଜ୍ୟୋସ୍ନା ପଟ୍ଟନାୟକ , ସୁଚରିତା ପରିଡା , ନମିତା ଦାସ , ସରିତା ପଟ୍ଟନାୟକ , କାଳିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ସାପଟା , ଲିଚୁ , ପିଜୁଳି , ଚମ୍ପା , ଆତ ଆଦି ଚାରା ରୋପଣ କରିଥିଲେ ।