ସବୁଜ ସଂକଳ୍ପ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆସନ୍ତା ଜୁଲାଇ 26 ତାରିଖ କାର୍ଗିଲ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ର 18 ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, 192 ଅଙ୍ଗନବାଡି କେନ୍ଦ୍ର ଓ 151 ଶିକ୍ଷାନୁଷ୍ଠାନରେ ସବୁଜ ସଂକଳ୍ପ ଅଭିଯାନ ଏକ ଦିବସିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏନେଇ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଏବଂ ଗୋବରା ବିଶ୍ୱ ଭାରତୀ ଆବାସିକ ବିଶ୍ୱ ବିଦ୍ୟାଳୟ ପରିସରରେ ପଂଚାୟତ ସମିତି ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ପ୍ରଥମାର୍ଦ୍ଧରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କ ସମେତ ବ୍ଳକ୍ ର 18 ଟି ପଞ୍ଚାୟତରୁ ସରପଞ୍ଚ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I ସେହିପରି ବୈଠକର ଦ୍ଵିତୀୟାର୍ଦ୍ଧ 18 ଟି ପଂଚାୟତରେ ସବୁଜ ସଂକଳ୍ପ କାର୍ଯ୍ୟକ୍ରମ ସଫଳତା ପାଇଁ ଲମ୍ବୋଦର ନାୟକ,ସୁମନ୍ତ ବିଷୋୟୀ,କବିରାଜ ପରିଡା,ଶରତ କୁମାର ସ୍ୱାଇଁ,ବିଭୂପାଦ ଜେନା,ରାମଚନ୍ଦ୍ର ମହାନ୍ତି,ସ୍ବସ୍ତି ସୁନ୍ଦର ସିୟ,ସଞ୍ଜୟ କୁମାର ନାୟକ,ସୁଦର୍ଶନ ଗୌଡ଼,ମିଥୁନ ଜେନା,ଶିଶିର କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ସାହୁ,ଶିବରାମ ରାଉତ,ବୁଲୁ ସେଠୀ,ରବୀନ୍ଦ୍ର କୁମାର ସାହୁ,ନରେନ୍ଦ୍ର କୁମାର ସାମନ୍ତ,ଗଗନ ଲେଙ୍କା ଏବଂ ସନ୍ତୋଷ କୁମାର ବିଶ୍ବାଳଙ୍କୁ 18 ଟି ପଞ୍ଚାୟତର ସଂଯୋଜକ ରୂପେ ମନୋନୀତ କରାଯାଇଥିଲା I ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତ୍ ପରିଡ଼ା, ପ୍ରମୋଦ ପ୍ରଧାନ, ମୂନେନ୍ଦ୍ର ପରିଡ଼ା ,ସୀମାଞ୍ଚଳ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନ୍ୟ ଏକ ପ୍ରସ୍ତୁତି ବୈଠକରେ ସମସ୍ତ ପଞ୍ଚାୟତ ସଂଯୋଜକ ଏବଂ ସରପଞ୍ଚ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମନ୍ୱୟ ଉପରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଜଗନ୍ନାଥପ୍ରସାଦ ରେଞ୍ଜ୍ ବନାଞ୍ଚଳ ଅଧିକାରୀ,ବିଶ୍ୱଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ଶିକ୍ଷାବିତ୍ ଡ.ରାଜେନ୍ଦ୍ର ଡାକୁଆ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଗୋରାଚାନ୍ଦ ସ୍ବାଇଁ ସବୁଜ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ରୂପରେଖ ସମ୍ୱନ୍ଧରେ ସବିଶେଷ ବିବରଣୀ ଓ ରଣନୀତି ସମ୍ପର୍କରେ ଉପସ୍ଥାପନ କରିଥିଲେI ପ୍ରତି ଅନୁଷ୍ଠାନ ରେ ବୃକ୍ଷଟିଏ ରୋପଣ ସହିତ ତାହାକୁ ବଞ୍ଚାଇବା ପ୍ରୟାସ ଜାରି ରଖିବାକୁ ହେବ ବୋଲି ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ଦିନରେ ସମସ୍ତ ପଂଚାୟତ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ଶିକ୍ଷାନୁଷ୍ଠାନ ମାନଙ୍କ ସହଯୋଗ ରେ ଉଭୟ ବ୍ଳକ୍ ଏବଂ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ କରାଯାଇ କାର୍ଯ୍ୟକ୍ରମର ସଫଳତା ପାଇଁ ଶତପ୍ରତିଶତ ଉଦ୍ୟମ କରିବାକୁ ହେବ ବୋଲି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଥିଲେ I


