ସବୁଜ ସାଥି ମହିଳା ସଙ୍ଗଠନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ମାସ୍କ ଓ ସାନିଟାଇଜର ବଣ୍ଟନ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବ୍ଲକର ଅଗ୍ରଣୀ ମହିଳା ସଙ୍ଗଠନ ” ମହିଳା ଉନ୍ନୟନ ପରିଷଦ, ପୋଲସରା ” ପକ୍ଷରୁ ସବୁଜ ସାଥି ମାଧ୍ୟମରେ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଞ୍ଚାୟତରେ ଜନସଚେତନତା ସୃଷ୍ଟି କରିବା ସହ ମାଗଣା ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରାଯାଇଛି।କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାହାରକୁ ନଯାଇ ଘରେ ରହିବା,ବାରମ୍ବାର ହ୍ୟାଣ୍ଡ ୱାସ ବା ସାବୁନରେ ହାତ ଧୋଇବା, ସାମାଜିକ ଦୁରତ୍ୱକୁ ମାନି ଚଳିବା, ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଗଲେ ବା ଅନ୍ୟ କାହା ସହିତ କଥାବାର୍ତ୍ତା ବେଳେ ମାସ୍କ ବ୍ୟବହାର କରିବା ପ୍ରଭୃତି ବାର୍ତ୍ତା ପ୍ରଚାର କରି ସବୁଜ ସାଥି ମହିଳା ଉନ୍ନୟନ ପରିଷଦ ପକ୍ଷରୁ ଜନସଚେତନତା କରାଯାଇଥିଲା। ଏଥିସହ ମହିଳା ଉନ୍ନୟନ ପରିଷଦ ତରଫରୁ ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରାଯିବା ସହ ୪୦୦୦ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ମାଗଣା ବଣ୍ଟନ କରାଯାଇଥିଲା। ଆସନ୍ତା ଦିନରେ ରାଜ୍ୟ ବାହାରୁ ଆସିବାକୁଥିବା ହଜାର ହଜାର ଶ୍ରମିକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଓ କରୋନା ସଂକ୍ରମଣରୁ ପୋଲସରା ବ୍ଲକ ଓ ସହରକୁ ମୁକ୍ତ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି। କରୋନାକୁ ଜାଣିବା, କରୋନାକୁ ଜିଣିବା ବାର୍ତ୍ତା ବହନ କରି ମହିଳା ଉନ୍ନୟନ ପରିଷଦର ସଭାନେତ୍ରୀ ମାମାଜିନି ସାହୁଙ୍କ ନେତୃତ୍ୱରେ ମାମି ପ୍ରଧାନ, କୁନି ସାହୁ, ନର୍ମଦା ପ୍ରଧାନ, ସୁଜ୍ଞାନୀ ପ୍ରଧାନ, ହାରଥୀ ବିଶୋଇ ଓ ଅନ୍ୟାନ ସଦସ୍ୟା ବୃନ୍ଦ ଏହି କରୋନା ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ