ସବୁଠାରୁ ଛୋଟ ଘୋଡ଼ା

ସାଧାରଣତଃ ଘୋଡ଼ାର ଉଚ୍ଚତା ଚାରିରୁ ପାଞ୍ଚ ଫୁଟ୍ ହୋଇଥାଏ । ହେଲେ ଏଭଳି ଏକ ଘୋଡ଼ା ଅଛି ଯାହାର ଉଚ୍ଚତା ବହୁତ କମ୍ । ତେବେ ଏହି ଘୋଡ଼ାକୁ ନେଇ ତର୍ଜମା ଚାଲିଥିବା ବେଳେ ଦୁନିଆର ସବୁଠାରୁ ଛୋଟ ଘୋଡ଼ା ବୋଲି କୁହାଯାଇଛି । ବାମ୍ବେଲ୍ ନାମକ ଏହି ଘୋଡ଼ା ନିଜର କମ୍ ଉଚ୍ଚତା ପାଇଁ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି । ଘୋଡ଼ାର ଉଚ୍ଚତା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେନି । ଏହାର ଉଚ୍ଚତା ମାତ୍ର ୫୬.୭ ସେଣ୍ଟିମିଟର ଅର୍ଥାତ ୧୦ ଇଞ୍ଚ୍ ବୋଲି କୁହାଯାଇଛି । ପୋଲାଣ୍ଡର ଏହି ଘୋଡ଼ାକୁ ପାଳିଥିବା ମାଲିକଙ୍କ କହିବା ଅନୁଯାୟୀ ସେମାନେ ତାକୁ ୨୦୧୪ରେ ନିଜ ପାଖରେ ରଖିଥିଲେ, ଯାହାକି ତାକୁ ସେତେବେଳେ ୨ମାସର ହୋଇଥିଲା । ତେବେ ପ୍ରଥମେ ଘୋଡ଼ାକୁ ନେଇ ସେମାନେ ଭାବିଥିଲେ ଯେ ତାକୁ ଶୁଣିବାକୁ ମିଳେ ଓଏମ୍ଜି (ଓ ମାଇଁ ଗଡ୍) । ତା’ମୁହଁର କୌଣସି ରୋଗ ହୋଇଛି, ଯେଉଁଥିପାଇଁ ତା’ର ଉଚ୍ଚତା ବଢିପାରୁନାହିଁ । ହେଲେ ପରେ ଜାଣିବାକୁ ପାଇଲେ କି ତାର ଉଚ୍ଚତା ସେତିକି ହିଁ ରହିବ । ତେବେ ଏହା ପୂର୍ବରୁ ୨୦୧୮ରେ ରେକର୍ଡ ସୃଷ୍ଟି କରିଥିବା ଘୋଡ଼ାର ଉଚ୍ଚତା ୪୪.୫ ସେଣ୍ଟିମିଟର ଅର୍ଥାତ ୫ ଇଞ୍ଚ୍ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ