ସବୁଠି ଗାନ୍ଧିବାଦ ଓ ଗାନ୍ଧିତତ୍ତ୍ବ ସମ୍ପର୍କରେ ପର୍ଯ୍ୟାଲୋଚନା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାର ଧାମନଗର ବ୍ଲକ ସ୍ଥିତ ଗାନ୍ଧିଘାଟ ଶାସନ, ସାଆଁଳପୁର, ଖଡିମାହାରା ଓ ବେତାଳିଗାଁ ବଜାରରେ ଗାନ୍ଧିମେଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସକାଳ ୯ ଟାରେ ଗାନ୍ଧିଘାଟ ଶାସନରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପୂର୍ବାହ୍ନ ୧୧ଟାରେ ଖଡିମାହାରା ଗାନ୍ଧିମେଳାରେ ଯୋଗଦେଇ ଅନୁଷ୍ଠିତ ସଭାକୁ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ଖଡିମାହାରାରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଧାମନଗର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତା କରିଥିଲେ । ସେବା ନିବୃତ ପ୍ରଧାନ ଶିକ୍ଷକ ରମାକାନ୍ତ ପରିଡା, ହେମନ୍ତ କୁମାର ସୁତାର, ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ପରିଡା, ସିଆରସିସି ସଂଜୟ କୁମାର ଜେନା ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରୀଙ୍କୁ ନେଇ ହୋଇଥିବା ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଗାନ୍ଧିଘାଟ ଶାସନରେ ଅନୁଷ୍ଠିତ ସଭାରେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ମନୋଜ ମଲ୍ଲିକ ମୁଖ୍ୟ ଅତିଥି, ଧାମନଗର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପବିତ୍ର କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ବସନ୍ତ କୁମାର ପାଣିଗ୍ରାହୀ, ସ୍ବାଧୀନତା ସଂଗ୍ରାମୀ ପଞ୍ଚାନନ ପତି, ରାମହରି ଗୋସ୍ବାମୀ, ସାମାଜିକ କର୍ମୀ ଅଶୋକ କୁମାର ପୁହାଣ, ଚତୁର୍ଭୁଜ ନାୟକ, ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଭଦ୍ରକ ମହିଳା ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଭୟ କୁମାର ଦାସ ଓ ତୀର୍ଥବାସୀ ଦାସ, ରାଜ୍ୟ ଉଚ୍ଚ ନ୍ୟାୟାଳୟ ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ, ଶିକ୍ଷାବିତ ସାଧୁଚରଣ ଷଡଙ୍ଗୀ, ସାମାଜିକ କର୍ମୀ ରାମଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ଗାନ୍ଧିସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ ସଭାପତିତ୍ବ, ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସହ ସମ୍ପାଦକ ନିରୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବେତାଳିଗାଁ ବଜାରରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ସଭାରେ ତ୍ୟାଗଭୂମୀ ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବଚରଣ ଖାମୁରାଇ ମୁଖ୍ୟ ବକ୍ତା, ଜିଲା ବରିଷ୍ଠ ନାଗରିକ ମହାସଂଘ ସମ୍ପାଦକ କୈଳାସ ମହାପାତ୍ର, ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିହାର ରଞ୍ଜନ କର, ରଇପୁର ସରପଞ୍ଚ ଜଗତାନନ୍ଦ ସେଠୀ, ପାଳସାହି ସରପଞ୍ଚ ଅଜୟ ମଲିକ, ସମିତି ସଭ୍ୟା ରଞ୍ଜୁଲତା ମହାଳିକ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ବେହେରା, ସାମାଜିକ କର୍ମୀ ନିମାଇଁ ଚରଣ ବାରିକ, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ କୁମାର ବଳ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାବାମଣି ଡିଗ୍ରୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ କିଶୋର ଜେନା ସଭା ସଞ୍ଚାଳନ କରିଥିଲେ । ଚାନ୍ଦବାଲି ବ୍ଲକ ଦୋହରା ପାଟଣାରେ ପୁରସ୍କାର ବିତରଣ ସଭାରେ ଗାନ୍ଧିମେଳା କମିଟି ସଭାପତି ରକ୍ଷାକର ବାରିକ ସଭାପତିତ୍ବ କରିଥିଲେ । ସଂପାଦକ ଅନିଲ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସିଆରସିସି ଦୀଲିପ ଶେଖର ନାୟକ ସଭା ସଞ୍ଚାଳନ କରିଥିଲେ । ସୁନ୍ଦରପୁର ସରପଞ୍ଚ ଅଭିମନ୍ୟୁ ଜେନା, ସମିତି ସଭ୍ୟ ଶରତ ଚନ୍ଦ୍ର ବେହୁରିଆ, ଅବସରପ୍ରାପ୍ତ ଶିକ୍ଷକ କୁଶଭଦ୍ର ସେଠୀ, ପ୍ରାଣବନ୍ଧୁ ଓଝା, ପ୍ରଫୁଲ୍ଲ ପାତ୍ର, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ସମାଜ ସେବୀ ଚନ୍ଦ୍ରକାନ୍ତ ନାୟକ, କୃପାସିନ୍ଧୁ ନେହେରା, ସଦାନନ୍ଦ ମଲିକ୍, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସବୁଠି ଗାନ୍ଧିବାଦ ଓ ଗାନ୍ଧିତତ୍ତ୍ବ ସମ୍ପର୍କରେ ପର୍ଯ୍ୟାଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ